ଶନିବାର ରାଶିଫଳ (୦୭/୦୫/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated May 7, 2022 Share ମେଷ : ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ସୁସ୍ଥ ଓ ନିରାମୟ ରହିବେ। ରୋଜଗାର କ୍ରମେ ବୃଦ୍ଧି ପାଇବ। ଚାକିରିରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ଘଟିବ। ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ। ବୃଷ : ବଡ଼ ଆଶା କରିପାରନ୍ତି; ମାତ୍ର ଫଳ ଉତ୍ସାହଜନକ ନ ହୋଇପାରେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ମିଥୁନ : ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ନୂତନ ବନ୍ଧୁଙ୍କ ସହାୟତା ମିଳିବ। କାର୍ଯ୍ୟ ବିଳମ୍ବିତ ହୋଇପାରେ; ମାତ୍ର ଧନାଗମରେ ବାଧା ଉପୁଜିବ ନାହିଁ। କର୍କଟ : ଆୟର ଧାରା ଅବ୍ୟାହତ ରହିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଋଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସିଂହ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ଶୁଭକାର୍ଯ୍ୟରେ ଧନ ବ୍ୟୟ କରିବେ। ମଧୁର କଥାରେ ପରକୁ ଆପଣାର କରିବେ। କନ୍ୟା : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। Related Posts ଘନ କୁହୁଡ଼ି: ୩ ଜିଲାକୁ ୱାର୍ଣ୍ଣିଂ, ଦୃଶ୍ୟମାନ… Jan 2, 2025 ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେପି,… Jan 2, 2025 ତୁଳା : କର୍ମକ୍ଷେତ୍ରରୁ ଅଦ୍ଭୁତ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭ ଖବର ମିଳିବ। ବିଛା : ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧନୁ : କାର୍ଯ୍ୟରେ ବାଧା ଉପୁଜାଇବାକୁ ଉଦ୍ୟମ ଚଳାଇଥିବା ବ୍ୟକ୍ତିବିଶେଷ ବିଫଳ ହେବେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ମକର : କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ଆନନ୍ଦ ଉପଭୋଗ କରିବେ। କୁମ୍ଭ : ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ମୀନ : ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ସୁସ୍ଥ ଓ ନିରାମୟ ରହିବେ। କର୍ତ୍ତବ୍ୟ ପରାୟଣ ହେବେ। Share FacebookTwitterWhatsApp
Comments are closed.