ଗୁରୁବାର ରାଶିଫଳ (୨୭.୦୭.୨୦୨୩)

ମେଷ :  ସାମାନ୍ୟ ବିଘ୍ନ ଥାଇବି ଆପାତତଃ ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୋଜନ ତୃପ୍ତିଦାୟକ ହେବ। ସମ୍ମାନିତ ହେବେ। ଆନନ୍ଦ ଉପଭୋଗ କରିବେ।

ବୃଷ : ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ଶତ୍ରୁ ନତମସ୍ତକ ହୋଇପାରେ। ଅଶାନ୍ତିର ଅବସାନ ଘଟିବ। ଆତ୍ମ ସନ୍ତୋଷ ମିଳିବ। ଋଣଦାତାଙ୍କ ଦୟାର ପାତ୍ର ହୋଇ କେବଳ ମୂଳଧନ ପଇଠ କରି ଋଣମୁକ୍ତ ହେବେ।

ମିଥୁନ : ବିଦ୍ୟାର୍ଥୀମାନେ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ସ୍ବରୂପ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ। ପତିପତ୍ନୀଙ୍କ ସମ୍ବନ୍ଧ ନିବିଡ଼ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ : କଠିନ ପରିଶ୍ରମକୁ ଭ୍ରୂକ୍ଷେପ ନ କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କଲେ ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଯଦିଓ କିଛିଟା ଭୁଲ ବୁଝାମଣା ହେବ; କିନ୍ତୁ ପରବର୍ତ୍ତୀ ସମୟରେ ଠିକ୍‌ ହେବ।

ସିଂହ : ମିଳୁଥିବା ଦାନକୁ ଗ୍ରହଣ କରିବା ସହିତ ସୁପାତ୍ରରେ ଦାନ ଦେବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ଅନୁଷ୍ଠାନର କର୍ମକର୍ତ୍ତା ହେତୁ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ଅର୍ଥ ମିଳିବ।

କନ୍ୟା : ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିବେ। ବିବିଧ ଉପାୟ​‌େ​‌ର ଧନ ସଂଗ୍ରହ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି।

prayash

ତୁଳା : ଆୟ ଊଣା ହେବ ନାହିଁ। କର୍ମଚଞ୍ଚଳତା ପ୍ରକାଶ ପାଇବ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ମିଳିପାରନ୍ତି।

ବିଛା : ନିଷ୍ଠାପର ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ଧର୍ମକର୍ମ ସମ୍ପାଦନ କରିପାରନ୍ତି। ଆଶା ଫଳବତୀ ହେବ। ଅଯଥା ବିତର୍କରୁ ଓହରିଯିବା ଆପଣଙ୍କ ପକ୍ଷେ ବୁଦ୍ଧିମାନର କାର୍ଯ୍ୟ ହେବ।

ଧନୁ : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପା ଦୃଷ୍ଟି ରହିଛି। ସମ୍ମାନିତ ହେବେ। ଅସାଧ୍ୟ ସାଧନ କରିପାରନ୍ତି।

ମକର : କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ିତୋଳିବା ଲକ୍ଷ୍ୟ ନେଇ ଆପଣ ନିଃସ୍ବାର୍ଥପର ସେବାକୁ ଆଦରି ନେଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ।

କୁମ୍ଭ : ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଶାସନକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ ଜାରି ରଖିବେ। ଅତିଥିଙ୍କୁ ସତ୍କାର କରି ଆନନ୍ଦିତ ହେବେ।

ମୀନ : କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ସାମୟିକ ଭାବେ ପାରିବାରିକ ଜୀବନ ଦୁର୍ବିସହ ହୋଇପାରେ। ସ୍ବାସ୍ଥ୍ୟ ହାନିର ଆଶଙ୍କା ଉପୁଜିଛି। କଥାବାର୍ତ୍ତାରେ ଔଦ୍ଧତ୍ୟ ପ୍ରକାଶ ନକରିବା ଆପଣଙ୍କ ପକ୍ଷେ ଭଲ ହେବ

Comments are closed.