ମଙ୍ଗଳବାର ରାଶିଫଳ (୨୬/୦୪/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Apr 26, 2022 Share ମେଷ : କାର୍ଯ୍ୟ ଫଳପ୍ରସୂ ହେବ। ସୁସ୍ଥ ରହିବେ। ଆଭା, ପ୍ରଭା, ପ୍ରତିଭା ସମ୍ପନ୍ନ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୃଷ : କୁଳ ଉଳକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ। ସୁସ୍ଥ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସରକାରୀ କୃପାରୁ ଅର୍ଥପ୍ରାପ୍ତ ହେବେ। ଈପ୍ସିତ ଦ୍ରବ୍ୟ ମିଳିବ। ମିଥୁନ : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ, ନମ୍ରତାର ପ୍ରତୀକ ହୋଇପାରନ୍ତି। କର୍କଟ : ଆଶା ଫଳବତୀ ହେବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ସୁସ୍ଥତା ଅନୁଭବ କରୁଥିଲେ ବି, କର୍ମକ୍ଷମ ରହିବେ। ଯାନବାହନ ଚଳାଚଳରେ ସତର୍କ ରହିବେ। ସିଂହ : ସତ୍ସଙ୍ଗରୁ ପାଇବେ ସୁଖ, ଶାନ୍ତି। ସମର୍ପଣ ଭାବ ନେଇ ସମାଜସେବାରେ ନିଜକୁ ନିୟୋଜିତ କରିବେ। ସୁଲକ୍ଷଣା ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ। ଶୂନ୍ୟତା ଭିତରୁ ପୂର୍ଣ୍ଣତାର ସନ୍ଧାନ ପାଇପାରନ୍ତି। କନ୍ୟା : ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶଂସା ମିଳିବ। ଶ୍ରମ ନିଷ୍ଠାର ପୁରସ୍କାର ମିଳିବ। ଧନବାନ୍ ହେବେ। Related Posts ସାଟେଲାଇଟ୍ ସର୍ଭେରେ ତ୍ରୁଟି: ଟୋକନରୁ ବଞ୍ଚିତ… Jan 16, 2025 କଣ୍ଟାବାଞ୍ଜି ରେଳ ଷ୍ଟେସନ: ଭୁଶୁଡିଲା ପାଚେରୀ,… Jan 16, 2025 ତୁଳା : ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆସିବ। ଧାର୍ମିକ, ତେଜସ୍ବୀ, କର୍ମତତ୍ପର ରହିବେ। ବିଛା : ନିରଳସ ହେବେ। ଆତ୍ମବିଶ୍ବାସକୁ ପାଥେୟକରି ସୁଫଳର ଅଭିଳାଷୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଧନୁ : ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଧନର ଅନ୍ତଃ ପ୍ରଭାବ ଅବ୍ୟାହତ ରହିବ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ବନ୍ଧୁ ପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି। ମକର : ସୌଭାଗ୍ୟସମ୍ପନ୍ନ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବଯୁକ୍ତ ହେବେ। ଶାନ୍ତିପ୍ରିୟ, ମଧୁରଭାଷୀ ଓ ସହନଶୀଳ ହେବେ। ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। କୁମ୍ଭ : ଆୟର ଧାରା ଅବ୍ୟାହତ ରହିବ। ପରର ପୀଡ଼ା ଅନୁଭବ କରି ସହାୟତାର ହସ୍ତ ପ୍ରସାରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମୀନ : କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ସାମୟିକଭାବେ ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ବ୍ୟବହାର ଓ ଭାଷା ମଧୁର ହେବ। Share FacebookTwitterWhatsApp
Comments are closed.