ଗୁରୁବାର ରାଶିଫଳ (୨୩/୦୬/୨୦୨୨୦

ମେଷ : କର୍ମଚଞ୍ଚଳ ରହିବେ। ଧନଶାଳୀ ହୋଇପାରନ୍ତି। ଲୋଭାସକ୍ତ ହେବେ। ପରସେବକ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଲୋକପୂଜ୍ୟ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ : ଦେବ କାର୍ଯ୍ୟ ସମ୍ପାଦନ କରିବେ। ପତ୍ନୀଙ୍କୁ ବିଚିତ୍ର ବସନଯୁକ୍ତା କରାଇ ପାରନ୍ତି। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ମିଷ୍ଟଭାଷୀ ହୋଇପାରନ୍ତି।
ମିଥୁନ : ବ୍ୟବସାୟ ଲାଭଦାୟକ ହେବ। ପତିପତ୍ନୀଙ୍କ ପ୍ରୀତି ଉନ୍ନତମାନର ହେବ। ନବବସ୍ତ୍ର ସହିତ ପୁଷ୍ପାଭରଣ ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି। ସୁଷମ ଖାଦ୍ୟ ସହ କାର୍ଯ୍ୟରେ ପ୍ରସିଦ୍ଧି ଲାଭ ହେବ।
କର୍କଟ : ଦିନଟି ଆରାମଦାୟକ। ଚାରାରୋପଣରେ ବ୍ରତୀ ହେବେ। ରାସ୍ତାଘାଟ ନିର୍ମାଣ ଓ କୂପ ଖନନାଦି କାର୍ଯ୍ୟରେ ଧନ ଉପାର୍ଜନ କରିବେ। କର୍ମଚଞ୍ଚଳ ରହିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ସିଂହ : ଧର୍ମାନ୍ତରୀକରଣ ପ୍ରତି ଆଗ୍ରହୀ ହେବେ। ସ୍ବଧର୍ମ କ୍ରିୟାରତ ହୋଇପାରନ୍ତି। ତୀର୍ଥ ସେବାଗ୍ରାହୀ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦ୍ୟୋଗୀ ହେବେ।
କନ୍ୟା : ପତ୍ନୀ ହେତୁକ କାର୍ଯ୍ୟ ସିଦ୍ଧି ହେବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଉତ୍ତମ ମନ୍ତ୍ରଣାଦାତା ହେବେ। କାବ୍ୟ ରଚନାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି।
Related Posts
Comments are closed.