ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଲାଇନପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଯୋଗ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥିଭାବେ ଲାଇନପଡ଼ା ସ୍ଥିତ ବି.ବି ହାଇସ୍କୁଲର ହିନ୍ଦୀ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପୁରୋହିତ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡ଼ା,ରାହୁଲ୍ ପାଣିଗ୍ରାହୀ , ଡ଼.ତାପସ ପାଢୀ , ଡ଼.ଶେଫାଳୀ ପ୍ରତିହାରୀ,ଫାର୍ମାସିଷ୍ଟ ରାଜ କିଶୋର ସାହୁ, ସହକର୍ମୀ ଅଞ୍ଜନା ପ୍ରଧାନ , ମନସ୍ୱୀନ ଶତପଥୀ, ଅନୀତା ସାହୁ , ପ୍ରତିରଂଜନ ଦିଗାଲ ଓ ଅଞ୍ଚଳବାସୀ ଯୋଗଦେଇଥିଲେ। ଏହି ଅବସରରେ ଓଁ କାର ଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ସହିତ ଅନେକ ଯୋଗଭ୍ୟାସ କରାଯାଇଥିଲା।
Popular Categories



