ଶନିବାର ରାଶିଫଳ(୧୭.୦୬.୨୦୨୩)

ମେଷ : କର୍ମକ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ତେଜାନ୍ବିତ ହୋଇ ଧର୍ମ କାର୍ଯ୍ୟ ଜାରି ରଖିପାରନ୍ତି। ସାଧାରଣ କ୍ଷେତ୍ରରେ ଜନବଲ୍ଲଭ ହେବେ। କୌଣସି କାରଣରୁ ହଇରାଣ ହେବେ।

ବୃଷ : ସୁକୁମାର ରୂପରେ ଅଧିକାରୀ ହେବେ। ଲୋକଙ୍କ ନିକଟରେ ଅଧିକ ସ୍ନେହାସ୍ପଦ ହେବେ। କୀର୍ତ୍ତିମାନ୍‌ ହେବେ। ସମ୍ବର୍ଦ୍ଧିତ ହେବେ। ଆତ୍ମସନ୍ତୋଷ ଲାଭ କରିପାରନ୍ତି। ପଦୋନ୍ନତି ମିଳିବ। ଅର୍ଥାଗମ ହେବ।

ମିଥୁନ : ବାଣିଜ୍ୟ କାରବାର ଲାଭଜନକ ହେବ। ତେଣୁ ଆନନ୍ଦିତ ହୋଇ ଅଧିକ ଖର୍ଚ୍ଚ କରିପାରନ୍ତି। ଧନ, ଜନ, ଗୋପଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରଫୁଲ୍ଲ ରହିବ। ପରୋପକାରରେ ମନୋନିବେଶ କରିବେ।

କର୍କଟ : ଅକ୍ଲେଷରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ ବୃଦ୍ଧି ଲାଭର ସୂଚନା ମିଳୁଛି। ମହାମାନୀର ମର୍ଯ୍ୟାଦା ପାଇବେ। ଆୟ ଆଶାନୁରୂପ ହେବ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

ସିଂହ : ଜଣେ ବିବେକୀ ବ୍ୟକ୍ତିଭାବେ ସନ୍ମାର୍ଗୀ ହୋଇ ସୁଖ ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଉପୁଜିଥିବା ସମସ୍ତ କଳ୍ମଷ ଦୂର ହେବ। ଆପଣଙ୍କ ଶ୍ରମ ସାର୍ଥକ ହେବ।

କନ୍ୟା : ଶତ୍ରୁମାନଙ୍କର ପ୍ରଣମ୍ୟ ହୋଇପାରନ୍ତି। ଭୋଗ ବିଳାସ ପ୍ରିୟ ହେବା ଆଶା କରାଯାଏ। ଶୌର୍ଯ୍ୟଶାଳୀ ହେବେ। ସମ୍ମାନନୀୟ ବ୍ୟକ୍ତି ଓ ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ।

prayash

ତୁଳା : ଅର୍ଜନ କରିଥିବା ସମସ୍ତ ପୁଣ୍ୟ ଧୁଳିସାତ୍ ହେବାର ସୂଚନା ମିଳୁଛି। ଏପରି କାର୍ଯ୍ୟ ନକରନ୍ତି, ଯେଉଁଥିପାଇଁକି ଘୋର ବିପଦର ସମ୍ମୁଖୀନ ହେବେ। ଅର୍ଥାଭାବ ହୋଇପାରେ। କୁମିତ୍ର ଅର୍ଜନରେ ତତ୍ପର ହେବେ।

ବିଛା :​​‌  ଶାସ୍ତ୍ର ପର୍ଯ୍ୟବସିତ କାର୍ଯ୍ୟକରି ଢେର ସୁନାମ ଅର୍ଜନ କରିବେ। ବହୁ ମିତ୍ରାର୍ଜନରେ ତତ୍ପର ହୋଇପାରନ୍ତି। ମନୋଜ୍ଞ ହେବେ। ଶୁଭକାର୍ଯ୍ୟରେ ସହଯୋଗ କରିବେ। ସଦାସର୍ବଦା ଉଚ୍ଚାସନ ମିଳିବ।

ଧନୁ : ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅନୁଗୃହୀତ ହୋଇପାରନ୍ତି। ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି।

ମକର : ନିଃସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। ପ୍ରଭାବଶାଳୀ ହେବା ଆଶା କରାଯାଏ। ସଦାସର୍ବଦା ତପ ଆଚରଣ କରିବାକୁ ଉଦ୍ୟମ କରିବେ। ଶାସ୍ତ୍ରାନୁମୋଦିତ କାର୍ଯ୍ୟକରି ବିଚକ୍ଷଣ କୂଟନୀତିଜ୍ଞ ହୋଇପାରନ୍ତି।

କୁମ୍ଭ : ସୁବକ୍ତା ହୋଇପାରନ୍ତି। କୃପାନିଧାନ ହେବାର ସୂଚନା ମିଳୁଛି। ଶ୍ରେଷ୍ଠାସନରେ ଆସୀନ ହେବାର ସୂଚନା ମିଳୁଛି। ଦେବ ଓ ଗୁରୁଙ୍କ ପ୍ରତି ଭକ୍ତିଭାବ ଓ ଅନୁରକ୍ତି ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ମୀନ : ବିଳାସବ୍ୟସନ କରିପାରନ୍ତି। ଯାହାଫଳରେ ଅନଟନଜନିତ ଦୁଃଖ ଅନୁଭବ କରିପାରନ୍ତି; ମାତ୍ର ଦିବ୍ୟ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

Comments are closed.