ନୂଆଦିଲ୍ଲୀ : ଆଦିପୁରୁଷ ଚଳଚ୍ଚିତ୍ର ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପ୍ରଭାସ ଓ କୀର୍ତ୍ତି ସାନନ୍ ଅଭିନୀତ ଏହି ଚଳଚ୍ଚିତ୍ରରେ ହିନ୍ଦୁ ସମ୍ପ୍ରଦାୟର ଭାବାବେଗକୁ କ୍ଷୁଣ୍ଣ କରାଯାଇଥିବା ଅଭିଯୋଗ ଆଣି ଏହି ମାମଲା ରୁଜୁ କରାଯାଇଛି।
ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଏହି ମାମଲା ରୁଜୁ କରିଥିବା ବେଳେ ଚଳଚ୍ଚିତ୍ରରେ ରାମାୟଣ, ପ୍ରଭୁ ରାମଚନ୍ଦ୍ର ଓ ହିନ୍ଦୁ ସଂସ୍କୃତିକୁ ବିକୃତ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ରାମଚନ୍ଦ୍ର, ସୀତା, ହନୁମାନ ଓ ରାବଣଙ୍କ ସମ୍ପର୍କରେ ଚଳଚ୍ଚିତ୍ରରେ ଯେଉଁ ବିବରଣୀ ପ୍ରଦାନ କରାଯାଇଛି ତାହା ଭ୍ରମାତ୍ମକ ହୋଇଥିବାରୁ ସେହି ତ୍ରୁଟିଗୁଡ଼ିକୁ ସୁଧାରିବା କିମ୍ବା ଚଳଚ୍ଚିତ୍ରରୁ ବାଦ୍ ଦେବାକୁ ଆବେଦନରେ ଦର୍ଶାଯାଇଛି। ମହର୍ଷି ବାଲ୍ମିକୀଙ୍କ ରାମାୟଣ ଓ ସନ୍ଥ ତୁଳସୀ ଦାସଙ୍କ ରାମରଚିତମାନସରେ ଯେଉଁ ବିବରଣୀ ରହିଛି ଆଦିପୁରୁଷ ଚଳଚ୍ଚିତ୍ରରେ ସେଗୁଡ଼ିକୁ ବିକୃତ କରାଯାଇଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି। ସେହିପରି ଆଦିପୁରୁଷ ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ୍ ଅଲ୍ଲୀ ଖାନ୍ଙ୍କ ବେଶଭୂଷାକୁ ନେଇ ପ୍ରଶ୍ନ ଉଠିଛି। ଆଦିପୁରୁଷ ଚଳଚ୍ଚିତ୍ରରେ ରାମାୟଣ ସମ୍ପର୍କରେ ଠିକ୍ ତଥ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି।
ଆଦିପୁରୁଷ ଚଳଚ୍ଚିତ୍ର ବିରୋଧରେ ମାମଲା
Popular Categories



