www.samajalive.in
Sunday, December 14, 2025
14.1 C
Bhubaneswar

ଅନର କିଲିଂ: ଭଉଣୀକୁ ହତ୍ୟା କଲା ଭାଇ

ଲକ୍ଷ୍ନୌ : ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିବା ଭଉଣୀକୁ ହତ୍ୟା କରିଛି ଭାଇ। ପଶ୍ଚିମ ଉତ୍ତରପ୍ରଦେଶରେ ଶୁକ୍ରବାର ଏହି ଅନର କିଲିଂ ହୋଇଛି। ଶନିବାର ପୁଲିସ ହତ୍ୟାକାରୀ ଭାଇକୁ ଗିରଫ କରିଛି। ପୁଲିସର ରିପୋର୍ଟ ଅନୁଯାୟୀ ଜାକିର କଲୋନୀରେ ରହୁଥିବା ଗୁଲଫାସନ ଓରଫ ଗୁଲ୍ଲୁ ଉକ୍ତ କଲୋନୀର ଆବିଦ ନାମକ ଯୁବକ ଭଲ ପାଉଥିଲେ। ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ; ମାତ୍ର ଗୁଲଫାସନଙ୍କ ବାପା ଓ ଭାଇ ଏହାକୁ ବିରୋଧ କରିଥିଲେ। ଗୁଲଫାସନର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ପରିବାର ଲୋକ ତାକୁ ଆବିଦ ସହିତ ମିଶିବାର ସୁଯୋଗ ଦେଇ ନ ଥିଲେ। ତା’ ଉପରେ ସର୍ବଦା ନଜର ରଖିଥିଲେ। ଦୁଇମାସ ତଳେ ସେ ଆବିଦ ସହିତ ଭେଟ ହେବାର ସୁଯୋଗ ପାଇବା ମାତ୍ରେ ତା’ ସହିତ ପଳାଇଯାଇଥିଲା ଓ ପରେ ବିବାହ କରିଥିଲା। ବିବାହ ପରେ ସେମାନେ ନିକଟସ୍ଥ ଲାଖିପୁରାରେ ରହୁଥିଲେ। ଶୁକ୍ରବାର ରାତିରେ ଗୁଲଫାସନର ଘରକୁ ତାର ଭାଇ ଆସ୍‍ ମହମ୍ମଦ ଯାଇଥିଲା। ବାପାଙ୍କ ଦେହ ଖରାପ ବୋଲି କହି ତା ସହିତ ଘରକୁ ଯିବା ଲାଗି ଗୁଲଫାସନକୁ କହିଥିଲା। ତେବେ ବାଟରେ ଏକ ଖୋଲା ପଡିଆରେ ଗୁଲଫାସନକୁ ଏକ ଧାରୁଆ ଛୁରିରେ ମହମ୍ମଦ ହତ୍ୟା କରିଥିଲା। ଭଉଣୀକୁ ହତ୍ୟା କରି ସେ କିଛି ଭୁଲ୍‍ କରି ନାହିଁ ବୋଲି ମହମ୍ମଦ ପୁଲିସକୁ କହିଛି। ଜଣଙ୍କ ଜୀବନ ଅପେକ୍ଷା ପରିବାରର ସମ୍ମାନ ଅଧିକ ମୂଲ୍ୟବାନ ବୋଲି ସେ କହିଛି। ପୁଲିସ ଏହାକୁ ଏକ ଅନର କିଲିଂ ବୋଲି ବିବେଚନା କରିବା ପୂର୍ବକ ତଦନ୍ତ ଚଳାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories