www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ ସେନାପାଇଁ ପାକ୍‍ର ହନିଟ୍ରାପ ଯୋଜନା

ନୂଆଦିଲ୍ଲୀ : ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ଦ୍ୱାରା ଭାରତୀୟ ସୁରକ୍ଷାବଳର ଯବାନମାନଙ୍କୁ ଟାର୍ଗେଟ କରାଯାଉଛି। ଏଥିପାଇଁ ମହିଳାଙ୍କ ଏକ ଦଳ ରହିଛି ଯେଉଁଥିରେ ପ୍ରାୟ ୫୦ରୁ ଅଧିକ ଯୁବତୀ ସାମିଲ ରହିଛନ୍ତି। ଏମାନଙ୍କୁ ନେଇ ଭାତୀୟ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛନ୍ତି। ସୈନ୍ୟବାହିନୀ ଓ ବିଏସଏଫ ଯବାନଙ୍କୁ ଭାରତୀୟ ଗୁଇନ୍ଦା ବିଭାଗ ଏନେଇ ସତର୍କ ରଖିବାକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ଗୁଇନ୍ଦା ବିଭାଗ କହିବାନୁଯାୟୀ,ଅଜଣାଙ୍କ ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରନ୍ତୁ ନାହିଁ।
ସୂଚନାନୁଯାୟୀ,ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ଭାରତୀୟ ସୈନ୍ୟବାହିନୀଙ୍କୁ ଫସାଇବା ପାଇଁ ହନିଟ୍ରାପର କିଛି ଯୋଜନା ପ୍ରସ୍ତୁତ କରିଛି। ଯେଉଁଥିରେ ୫୦ ରୁ ଅଧିକ ଯୁବତୀ ସାମିଲ ରହିଛନ୍ତି। ଏହାକୁ ନେଇ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଉଛି।
ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ କହିବାନୁଯାୟୀ, ସିନ୍ଧର ହାଇଦ୍ରାବାଦରୁ ପାକିସ୍ତାନୀ ସେନାର ଇଣ୍ଟେଲିଜେନ୍ସ ୟୁନିଟ୍ ୪୧୨ ଦ୍ୱାରା ଏହି ତାଲିମ ହେଉଛି। ଏହି ଯୋଜନାର ଟାର୍ଗେଟରେ ରାଜସ୍ଥାନ ଏବଂ ଗୁଜୁରାଟ ସୀମାରେ କାର୍ଯ୍ୟରତ ଭାରତୀୟ ସୈନ୍ୟ ମାନେ ରହିଛନ୍ତି। ସୂଚନାନୁସାରେ, ପାକିସ୍ତାନର ଏହି ମହିଳା ଏଜେଣ୍ଟମାନେ ଏବଂ ପାକିସ୍ତାନୀ ସେନାର କ୍ୟାପଟେନ ପଦରେ କାର୍ୟ୍ୟ କରୁଛନ୍ତି।
ସୂଚନାନୁସାରେ, ଏହି ମହିଳାଙ୍କୁ ନିଯୁକ୍ତି ପାଇଁ ପାକିସ୍ତାନ ଇଣ୍ଟେଲିଜେନ୍ସକୁ ଅପରେଟିଭ୍ ଟ୍ରେନିଂ ଦିଆଯାଉଛି। ଟ୍ରେନିଂ ପରେ ହୋଟେଲରେ ରୁମ ବୁକିଂ କରିବା ପରେ ଏହି ଝିଅ ମାନଙ୍କୁ ମେକ୍ଅପ କିଟ୍ ଦିଆଯାଏ। ଏହା ସହିତ, ସେମାନେ ରିୟା, ଖୁସି, କଲପାନା, ନୀଟୁ, ଗିଟୁ, ଅବନୀ, ମୁସ୍କାନ୍ ଏବଂ ହାରଲିନ୍ ଭଳି ଭାରତୀୟ ନାମ ଦେଇ ପରିଚୟ ପ୍ରଦାନ କରାଯାଇଥାଏ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories