www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାହକଙ୍କ ପାଇଁ ଖୁସି ଖବର; Honda ଇ-ସ୍କୁଟର, ଗଡ଼ିବ ୧୪୬ କି.ମି

ନୂଆଦିଲ୍ଲୀ: ବଜାରରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଉଥିବାରୁ ଲୋକମାନେ ଏବେ ଇଲେକ୍ଟ୍ରିକ୍‌ ଗାଡ଼ି ଗୁଡ଼ିକୁ ବେଶ ପସନ୍ଦ କରୁଛନ୍ତି । ଲୋକଙ୍କ ପସନ୍ଦ ଓ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଗୁଡ଼କ ପକ୍ଷରୁ ବୈଦ୍ୟୁତିକ ଯାନ ବଜାରକୁ ଛାଡ଼ିଲେଣି ।  ଇଲେକ୍ଟ୍ରିକ୍‌ ବାଇକ୍‌, ସ୍କୁଟର ଏବଂ କାର ମଧ୍ୟ ବଜାରରେ ଉପଲବ୍ଧ ହେଉଛି ।

ବର୍ତ୍ତମାନ ଲୋକପ୍ରିୟ ଭେଇକିଲ କମ୍ପାନୀ ହୋଣ୍ଡା ତାର ପ୍ରଥମ ଇ-ସ୍କୁଟର ବଜାରରେ ଲଞ୍ଚ କରିବାକୁ ଯାଉଛି ।  ଯାହାଦ୍ୱାରା ଖୁବ୍‌ ଶୀଘ୍ର ଗ୍ରାହକ ମାନେ ଏହି ସ୍କୁଟରକୁ କିଣିପରିବେ ।  ୟୁରୋପୀୟ ବଜାରରେ ହୋଣ୍ଡାର ଇ-ସ୍କୁଟର ‘ହୋଣ୍ଡା ଥଏମ୧-ଇ’ ଲଞ୍ଚ କରିଥିବା ବେଳେ, ଭାରତ ବଜାରରେ ହୋଣ୍ଡା ତାର ଆଉ ଏକ ନୂଆ ଇ-ସ୍କୁଟର ମଡେଲ ପ୍ରବେଶ କରିବ ।

- Advertisement -

ଏହି ସ୍କୁଟର ଘଣ୍ଟା ପ୍ରତି ୮୦ କିମି ଯାଇପାରିବ । ଆଉ ଏହାକୁ ଚାର୍ଜ କଲେ ୧୪୬ କିମି ଯାଏଁ ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ହୋଣ୍ଡାର ଏହି ଇ-ସ୍କୁଟର ବଜାରରେ ଖୁବ୍‌ ଶୀଘ୍ର ଉବଲବ୍ଧ ହେବ। ୧ଲକ୍ଷ ୫୫ହଜାର ୬୫୭ଟଙ୍କାରେ ଏହା ବଜାରରେ ମିଳିବ ବୋଲି ସୂଚନା ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଇ-ସ୍କୁଟରର ଲୁକ୍‌ ଓ ମାଇଲେଜ ଭଲ ରହିବ । ଯଦି ଆପଣ ଏହି ଇ-ସ୍କୁଟରକୁ କିଣିବାକୁ ଚାହାନ୍ତି ତେବେ ବର୍ତ୍ତମାନ ଭଲ ଅଫର ସହ ଏହାକୁ କିଣିପାରିବେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories