www.samajalive.in
Saturday, December 13, 2025
18.1 C
Bhubaneswar

ଆମ୍ବୁଲାନ୍ସରେ ହୋମଗାର୍ଡ ପରୀକ୍ଷାର୍ଥୀଙ୍କୁ ଗଣଦୁଷ୍କର୍ମ

ପାଟନା: ବିହାରର ଗୟା ଜିଲାରେ ହୋମଗାର୍ଡ ପଦ ପାଇଁ ଫିଟ୍‌ନେସ ପରୀକ୍ଷା ଚାଲିଥିବାବେଳେ ଜଣେ ୨୬ ବର୍ଷୀୟା ଯୁବତୀ ଅଚେତ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡିଛି। ଜୁଲାଇ ୨୪ରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ବୋଧଗୟାସ୍ଥିତ ବିହାର ମିଲିଟାରୀ ପୁଲିସ ପଡିଆରେ ହୋମଗାର୍ଡ ପ୍ରାର୍ଥୀଙ୍କ ଶାରୀରିକ ଦକ୍ଷତା ପରୀକ୍ଷା ଚାଲିଥିଲା। ଏହି ସମୟରେ ସଂପୃକ୍ତ ଯୁବତୀ ଅଚେତ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା। ତେବେ ଆମ୍ବୁଲାନ୍ସ ଭିତରେ ଏକାଧିକ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଏତଲାକୁ ଆଧାର କରି ପୁଲିସ ଆମ୍ବୁଲାନ୍ସ ଡ୍ରାଇଭର ବିଜୟ କୁମାର ଏବଂ ଟେକ୍ନିସିଆନ ଅଜିତ କୁମାରଙ୍କୁ ଗିରଫ କରିଛି। ଆମ୍ବୁଲାନ୍ସର ରୁଟ୍‌ ଓ ଟାଇମ ଲାଇନକୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories