www.samajalive.in
Saturday, December 6, 2025
23.1 C
Bhubaneswar

ଦାନ୍ତରେ ଯନ୍ତ୍ରଣା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ସାଧାରଣତଃ ଅନେକ ସମୟରେ ଆମ ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଏହାର ବହୁତ କାରଣ ଥାଏ। ଦାନ୍ତରେ କିଛି ଲାଖି ରହିଥିଲେ ବା ଭଲ ଭାବେ ସଫା ହୋଇ ନ ଥିଲେ, ହଠାତ୍ କିଛି ଥଣ୍ଡା କିମ୍ବା ଗରମ ଖିଆ ପିଆ କଲେ କିମ୍ବା ଥଣ୍ଡା ହୋଇଥିଲେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପାଖକୁ ଯିବା ସହ ଅନେକ ଔଷଧ ସେବନ କରିଥାଉ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାଦ୍ବାରା ଦାନ୍ତ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ-

-ଲେମ୍ବୁରେ ଭିଟାମିନ-ସି ରହିଥାଏ, ଯାହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଦାନ୍ତ ବିନ୍ଧା ହେଉଥିବା ସମୟରେ ଲେମ୍ବୁ ଚୋପାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ।
-ଯଦି ଦାନ୍ତ ବିନ୍ଧା ହେବା ସହ ସେହି ସ୍ଥାନ ଫୁଲିଯାଇଥାଏ ତେବେ ସେଠାରେ ଆଳୁ ଚୋପାକୁ ୧୫ ମିନିଟ୍ ପର୍ୟ୍ୟନ୍ତ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ଖୁବଶୀଘ୍ର ଆରାମ ମିଳିବ।
-ଯଦି ପୂର୍ବରୁ ଦାନ୍ତ ସମସ୍ୟା ରହିଥାଏ, ତେବେ ରସୁଣ ଆପଣଙ୍କୁ ସାହାଯ୍ୟ କରିବ। ଏଥିପାଇଁ ଆପଣ ରସୁଣର ଏକ କୋଲା ଲୁଣ ଲଗାଇ ସେବନ କରନ୍ତୁ। ପ୍ରତ୍ୟେକ ଦିନ ସକାଳୁ ଏହା ଖାଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ।
-ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପିଆଜ ଏକ ଭଲ ବିକଳ୍ପ। ପିଆଜ ଖାଇବା ଦ୍ୱାରା ମୁହଁର କୀଟାଣୁ ମରିଯାଇଥାଆନ୍ତି, ଯାହାଫଳରେ ଶୀଘ୍ର ଯନ୍ତ୍ରଣାରୁ ଆରାମ ମିଳିଥାଏ।
-ସମସ୍ତେ ଜାଣନ୍ତି ଲବଙ୍ଗ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଆପଣ ପାଟିରେ ଏକ ଲବଙ୍ଗ ରଖିପାରିବେ ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ମଧ୍ୟ ଲବଙ୍ଗ ତେଲ ବ୍ୟବହାର କରିପାରିବେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories