କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଉଛି। ଡ଼ାକ୍ତର ଓ ବିଶେଷଜ୍ଞଙ୍କ ମତରେ ସ୍ୱଚ୍ଛତା ଦ୍ୱାରା ନିଜକୁ ଏହି ସଂକ୍ରମଣରୁ ରକ୍ଷା କରିହେବ। ବିଶେଷ କରି ହାତକୁ ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ। ବଜାରରେ ବିକ୍ରି ହେଉଥିବା ହ୍ୟାଣ୍ଡ ୱାଶ ହେଉ ଅଥବା ସାନିଟାଇଜର ହେଉ ବର୍ତ୍ତମାନ ଏହା ଏକ ନିତ୍ୟ ଆବଶ୍ୟକ ଜିନିଷ। ତେବେ ଘରୋଇ ଉପାୟରେ ମଧ୍ୟ ଆପଣ ସାନିଟାଇଜର ପ୍ରସ୍ତୁତ କରିପାରିବେ……..
ଆବଶ୍ୟକ ସାମଗ୍ରୀ
ଛୋଟ ପ୍ଲାଷ୍ଟିକ ଡ଼ବା
ଘିକୁଆଁରୀ ରସ ( ଏଲୋବେରା ଜେଲ୍ ) – ୪ ଚାମଚ
ଗୋଲାପ ଜଳ – ୧ ଚାମଚ
ଲାଭେନଣ୍ଡର ତେଲ – ଅଳ୍ପ
ଟି ଟ୍ରି ତେଲ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବୋତଲରେ ଏଲୋବେରା ଜେଲ୍ , ଗୋଲାପ ଜଳ, ଲାଭେନଣ୍ଡର ତେଲ ୬ ରୁ ୭ ବୁନ୍ଦା, ଟି ଟ୍ରି ତେଲ ୫ ବୁନ୍ଦାକୁ ଭଲ ଭାବେ ମିଶାଇ ଫେଣ୍ଟି ଦିଅନ୍ତୁ। ଏହାପରେ ଏହାକୁ ଆବଶ୍ୟକ ପରିମାଣରେ ବ୍ୟବହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ଘର ତିଆରି ସାନିଟାଇଜର। ଏହି ସାନିଟାଇଜରରେ ଲାଭେନଣ୍ଡର ତେଲ ଓ ଟି ଟ୍ରି ତେଲ ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ ନୁହେଁ।
ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସାନିଟାଇଜର୍
Popular Categories



