www.samajalive.in
Friday, December 5, 2025
17.1 C
Bhubaneswar

ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ବନ୍ଦ

ଜମ୍ମୁ : କରୋନା ଜୀବାଣୁ ଯୋଗୁଁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ମାର୍ଚ୍ଚ ୧୮ ଅର୍ଥାତ୍ ଆଜିଠାରୁ ବନ୍ଦ କରାଯାଇଛି। ଏହା ସହିତ ଜାମ୍ମୁ କାଶ୍ମୀରକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।


ଏହାପୂର୍ବରୁ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ବୈଷ୍ଣୋ ଦେବୀ ଧାମରେ ​​ଥିବା ଅର୍ଦ୍ଧକୁମାରୀ ପ୍ରାକୃତିକ ଗୁମ୍ଫାକୁ ବନ୍ଦ କରାଯାଇଥିଲା। ଅନ୍ୟପକ୍ଷରେ ଶ୍ରୀନଗର ଏନଆଇଟି ପରେ ମଙ୍ଗଳବାର ଦିନ ଜାମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ ମଧ୍ୟ ବନ୍ଦ କରିଦିଆଯାଇଥିଲା। ସ୍ଥାନୀୟ ହଷ୍ଟେଲଗୁଡ଼ିକୁ ଖାଲି କରାଯାଇ ଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁବାରକ ମଣ୍ଡି ଡୋଗ୍ରା ଆର୍ଟ ମ୍ୟୁଜିୟମ ଏବଂ ଶ୍ରୀନଗର ଏସପିଏସ ସଂଗ୍ରହାଳୟକୁ ବନ୍ଦ ରଖାଯାଇଛି। ଏହାର ଅନୁସନ୍ଧାନ ଲାଇବ୍ରେରୀ ମଧ୍ୟ ବନ୍ଦ ରହିଛି। ସଚିବାଳୟ ମଧ୍ୟକୁ ସାଧାରଣ ଲୋକଙ୍କ ଗତିବିଧି ଉପରେ କଟକଣା ଲଗାଯାଇଛି। ଜାମ୍ମୁ ଏବଂ କାଠୁଆର ଡିସି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅଫିସ୍ ବାହାରେ ବାକ୍ସ ରଖି ଲୋକଙ୍କ ଅଭିଯୋଗ ନିଆଯାଉଛି। ବାର୍ ଆସୋସିଏସନ୍ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories