www.samajalive.in
Saturday, December 6, 2025
17.1 C
Bhubaneswar

ଘରର ସମୃଦ୍ଧି ପାଇଁ ଲଗାନ୍ତୁ ଏହି ଗଛ ….

ଘର ଅଗଣା ହେଉ କିମ୍ବା ଘର ବାହାର ହେଉ ଅନେକ ଗଛ ଆମେ ଲଗାଇଥାଉ। କିଛି ଗଛ ଏପରି ରହିଛି ଯାହା ଲଗାଇବା ଦ୍ୱାରା ଘରର ସମୃଦ୍ଧି ହୋଇଥାଏ। ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା, ଘରେ କେଉଁ ଗଛ ଲଗାଇବା ଉଚିତ ..
ତୁଳସୀ ଗଛ: ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ ଉପରେ ପଡ଼ିବା ଦରକାର। ଘରର ବାମପାଶ୍ୱର୍ରେ ତୁଳସୀ ଗଛ ଲଗାନ୍ତୁ। ଏପରି କଲେ କୌଣସି ଅଶୁଭ ଦୃଷ୍ଟି ସହଜରେ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ।

ହଳଦୀ ଗଛ: ହଳଦୀ ଗଛ ଲଗାଇଲେ ଘରେ କୁଦୃଷ୍ଟି ପଡ଼ି ନ ଥାଏ, ତେଣୁ ଘରେ ହଳଦୀ ଗଛ ନିଶ୍ଚୟ ଲଗାନ୍ତୁ।
ଅରଖ ଗଛ: ଅରଖ ଫୁଲରେ ପ୍ରଭୁ ଶ୍ରୀ ଗଣେଶ ବାସ କରନ୍ତି ବୋଲି କୁୁହାଯାଏ। ଏହି ଗଛ ଲଗାଇବା ଦ୍ୱାରା ଘରେ ପିଲାମାନଙ୍କର ବିଦ୍ୟାରେ ବୃଦ୍ଧି ହୋଇଥାଏ।
ବେଦେନା ଗଛ: ବେଦେନା ଗଛ ଲଗାଇଲେ ଋଣରୁ ମୁକ୍ତି ପାଇବା ସହ ଘରେ ସୁଖଶାନ୍ତି ବଜାୟ ରହିଥାଏ।ଅପରାଜିତା ଗଛ: ନୀଳ ରଙ୍ଗର ଅପରାଜିତାକୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହି ଗଛକୁ ଘରେ ଲଗାଇଲେ ଲକ୍ଷ୍ମୀଙ୍କ ସୁଦୃଷ୍ଟି ଘରେ ପଡ଼ିଥାଏ। ଏହି ଗଛ ଘରେ ଲଗାଇଲେ କେବେ ବି ଧନର ଅଭାବ ରୁହେ ନାହିଁ।
ନଡ଼ିଆ ଗଛ: ନଡ଼ିଆ ଗଛ ଲଗାଇବା ଦ୍ୱାରା ଆପଣଙ୍କ ମାନସମ୍ମାନରେ ଉନ୍ନତି ହୋଇଥାଏ।କଦଳୀ ଗଛ: ଘରର ସୀମା ନିକଟରେ କଦଳୀ ଗଛ ଥିଲେ ଛୁଆମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁ ସୀମା ନିକଟରେ କଦଳୀ ଗଛ ଲଗାନ୍ତୁ ନାହିଁ।
ନାଗଫେଣୀ ଗଛ: ଘରେ କୌଣସି କଣ୍ଟା ଜାତୀୟ ଗଛ ଯେପରି ନାଗଫେଣୀ ଗଛ ଘରେ ଲଗାଇବା ଦ୍ୱାରା ଘରେ ସ୍ତ୍ରୀ ଲୋକଙ୍କ ଦେହ ଖରାପ ରହିଥାଏ। ଏହାକୁ କେବେ ଘରର କୌଣସି ଜାଗାରେ ଲଗାନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories