www.samajalive.in
Saturday, December 6, 2025
15.1 C
Bhubaneswar

ବୃକ୍ଷ ସହ ଜଡ଼ିତ କିଛି ବାସ୍ତୁ ଉପାୟ

ହିନ୍ଦୁଧର୍ମ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଚାରି ପାଖରେ ଥିବା ବିଭିନ୍ନ ବୃକ୍ଷ ସଭିଁଙ୍କ ଜୀବନ ଉପରେ ମଧ୍ୟ ବିଭିନ୍ନ ପ୍ରଭାବ ପକାଇଥାଏ ବୋଲି କୁହାଯାଏ। ତେଣୁ ବଗିଚାରେ ହେଉ ଅଥବା ଆଖପାଖରେ ବୃକ୍ଷ ଲଗାଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏହାସହ ଯେଉଁ ବୃକ୍ଷରୁ ଖିର ଭଳି ଜିନିଷ ନିର୍ଗତ ହୋଇଥାଏ ଅଥବା କଣ୍ଟା ଜାତୀୟ ବୃକ୍ଷକୁ ଘରେ ଲଗାଇବା ଆଦୌ ଉଚିତ ନୁହେଁ। ଏହି ପ୍ରକାର ଗଛ ଥିଲେ ଜୀବନରେ ବିଭିନ୍ନ ପ୍ରଭାବ ପକାଇଥାଏ। ଧନଜନିତ କ୍ଷତି ହେବା ସହ ଘରେ ମଧ୍ୟ ଏହାର କାଠ ରଖିବା ମଧ୍ୟ ଉଚିତ ନୁହେଁ।
କଦଳୀ, ଆମ୍ବ ଭଳି ବୃକ୍ଷର ପତ୍ରକୁ ପୂଜାକାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହାର ଅତ୍ୟନ୍ତ ଶୁଭଫଳ ମଧ୍ୟ ପ୍ରାପ୍ତି ହୋଇଥାଏ।
ଅଶ୍ୱତ୍ଥ, ବର, ତୁଳସୀ ଭଳି ବିଭିନ୍ନ ବୃକ୍ଷକୁ ଧାର୍ମିକ ବୃକ୍ଷ ବୋଲି କୁହାଯାଏ। ଏହାସହ ଘରର ଅଗଣାରେ ତୁଳସୀଙ୍କୁ ପୂଜା କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାର ବହୁ ମହତ୍ତ୍ୱ ମଧ୍ୟ ରହିଛି। ଏହାଦ୍ୱାରା ବହୁ ବାସ୍ତୁ ସମସ୍ୟା ଦୂର ହୋଇଥାଏ।
କଦଳୀ ବୃକ୍ଷକୁ ଖୁବ ଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି। କଦଳୀ ବୃକ୍ଷକୁ ପୂଜା କଲେ ଗୃହରେ ଶାନ୍ତିର ବାତାବରଣ ରହିଥାଏ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। କଦଳୀ ବୃକ୍ଷଙ୍କୁ ସାକ୍ଷାତ ପ୍ରଭୁ ନାରାୟଣଙ୍କ ରୂପ ବୋଲି କୁହାଯାଏ। ତେଣୁ ପୂଜା ଓ ବିବାହ କାର୍ଯ୍ୟରେ ଏହାର ଫଳ ଓ ଏହି ବୃକ୍ଷକୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଏ। ଘରର ବଗିଚାରେ ଏହା ରହିବା ଶୁଭ ଅଟେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories