www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଥମ ଟି-୨୦; ଭାରତର ବ୍ୟାଟିଂ ଜାରି

କାନ୍‌ବେରା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଆରମ୍ଭ ହୋଇଛି। ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ସହିତ ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଭାରତ ପକ୍ଷରୁ କେ. ଏଲ. ରାହୁଲ ଏବଂ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ। ତେବେ ୨.୫ ଓଭରରେ ଦଳୀୟ ସ୍କୋର ୧୧ ରନ୍‌ ହୋଇଥିବାବେଳେ ଧୱନ ଆଉଟ୍‌ ହୋଇଯାଇଥିଲେ। ରାହୁଲ ୯ ରନ୍‌ ଏବଂ ଅଧିନାୟକ ବିରାଟ କୋହଲି ୨ ରନ୍‌ କରି ବ୍ୟାଟିଂ କରୁଛନ୍ତି।

ସୂଚନାଯୋଗ୍ୟ, ଦିନିକିଆ ସିରିଜରେ ଭାରତ ୧-୨ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇଥିଲାବେଳେ ଭାରତ ଅନ୍ତିମ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories