ହୋଲିର ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ
କଟକ: ସାରା ଦେଶ ରଙ୍ଗର ପର୍ବ ହୋଲିର ରଙ୍ଗରେ ରଙ୍ଗେଇ ହୋଇଛି । ଅଯୋଧ୍ୟା, ବୃନ୍ଦାବନ, ମଥୁରା ସହ ବିଭିନ୍ନ ଧର୍ମପୀଠମାନଙ୍କରେ ପାରମ୍ପରିକ ଭାବେ ହୋଲି ଉତ୍ସବକୁ ପାଳନ କରାଯାଇଛି । ଦୋଳପୂର୍ଣ୍ଣିମା ପୂର୍ବରୁ ଓଡିଶାରେ ଦୋଳ ଉତ୍ସବ ଆରମ୍ଭ ହୋଇଥିଲା । ବିମାନରେ ବିଜେ ହୋଇ ଦେବାଦେବୀମାନେ ଗ୍ରାମ ପରିକ୍ରମା କରଥିଲେ । ଏହାପରେ ଦୋଳ ମେଲଣ ବି ଅନୁଷ୍ଠିତ ହୋଇଛି । ଦୋଳ ପୂର୍ଣ୍ଣିମା ପରଦିନ ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଛି ଓଡିଶାର ପୁରପଲ୍ଲୀ । ପ୍ରବଳ ଆନନ୍ଦ ଉଲ୍ଲାସ ସହ ଏହାକୁ ପାଳନ କରାଯାଉଛି । ହୋଲିକୁ ସୁରକ୍ଷିତ ଭାବେ ପାଳନ କରିବା , ପ୍ରାକୃତିକ ରଙ୍ଗ ବ୍ୟବହାର କରିବା, ରାସାୟନିକ ରଙ୍ଗଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ହୋଲି ଅବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
होली के पावन अवसर पर सभी देश-वासियों को बधाई और शुभकामनाएं! रंगों का यह त्यौहार हमारे समाज में आपसी सौहार्द का जश्न है। मेरी कामना है कि हर एक के जीवन में यह पर्व शांति, सुख और समृद्धि लाए – राष्ट्रपति कोविन्द
— President of India (@rashtrapatibhvn) March 2, 2018
होली के पावन पर्व की सभी देशवासियों को ढेरों शुभकामनाएं।
Wishing everyone a Happy Holi!
— Narendra Modi (@narendramodi) 2 March 2018
Heartiest greetings to all on Holi. May the festival of colours fill our lives with happiness, peace and prosperity. #HappyHoli
ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ଆନନ୍ଦର ସହ ଉତ୍ସବ ମନାନ୍ତୁ, ସୁରକ୍ଷିତ ହୋଇ ହୋଲି ଖେଳନ୍ତୁ। ସମସ୍ତଙ୍କ ଜୀବନ ସୁଖ ଏବଂ ସମୃଦ୍ଧିର ରଙ୍ଗରେ ଭରିଯାଉ। pic.twitter.com/KBBg8cgHX9— Naveen Patnaik (@Naveen_Odisha) 2 March 2018