ପାକିସ୍ତାନ: ଧୂମଧାମରେ ହୋଲି ପାଳିତ

0

କରାଚି: ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଶୁକ୍ରବାର ଧୂମଧାମରେ ହୋଲି ଉତ୍ସବ ପାଳିତ ହୋଇଛି। କରାଚି ସହରରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭକାମନା ଜଣାଇଥିଲେ। ଆୟୋଜିତ ଏହି ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବହୁ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଗତ କିଛିବର୍ଷ ହେଲା ପାକିସ୍ତାନରେ ହୋଲି ଛୁଟି ହେଉନଥିଲା, ମାତ୍ର ଏବେ ହୋଲି ଦିନ ଏଠାରେ ସାର୍ବଜନୀକ ଛୁଟି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ହିନ୍ଦୁ ସମ୍ପ୍ରଦାୟ ରହିଛନ୍ତି।

Leave A Reply