www.samajalive.in
Sunday, December 14, 2025
26.1 C
Bhubaneswar

ମା’ର ଆକୁଳ ନିବେଦନ; ଘରକୁ ଫେରିଆସିଲା ଆତଙ୍କବାଦୀ ପୁଅ

ଜମ୍ମୁ: କାଶ୍ମୀର ଘାଟି ଅଞ୍ଚଳର ଜଣେ ଯୁବକ ଆତଙ୍କବାଦ ଭଳି ହିଂସା ମାର୍ଗ ପରିତ୍ୟାଗ କରି ଶୁକ୍ରବାର ଘରକୁ ଫେରିଆସିଛି। ଏହା ପଛରେ ରହିଛି ତାଙ୍କ ମା’ଙ୍କ ସ୍ନେହ ଓ ମମତା। ମା’ର ଆକୁଳ ନିବେଦନ ଆଗରେ ପୁଅର ଆତଙ୍କବାଦୀ ହେବାର ନିଶା ହାର ମାନିଛି। ପୁଣି ସାଧାରଣ ଜୀବନ ଜୀଇଁବା ପାଇଁ ସେ ଘରକୁ ଚାଲିଆସିଛି। ଗତ କିଛିଦିନ ତଳେ ସମ୍ପୃକ୍ତ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିଲେ। ଟ୍ୱିଟ କରି ଯୁବକଜଣକ କହିଛନ୍ତି ଯେ, ମା’ର ଭାବବିହ୍ୱଳ ନିବେଦନ ତାଙ୍କ ହୃଦୟ ତରଳାଇ ଦେଇଛି। ସେ ହିଂସାତ୍ମକ ପଥ ଛାଡି ଘରକୁ ଫେରିଆସିଛନ୍ତି।
ଏଥିପୂର୍ବରୁ ୨୦୧୭ରେ ଆତଙ୍କବାଦ ଭଳି ହିଂସାତ୍ମକ ପଥ ବାଛିଥିବା ୪ ଯୁବକ ସାଧାରଣ ଜୀବନଯାପନ ପାଇଁ ଘରକୁ ଫେରି ଆସିଥିଲେ। ଏ ସଂକ୍ରାନ୍ତରେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କୁହନ୍ତି, ଆତଙ୍କବାଦ ସଂଗଠନ ସହ ଜଡ଼ିତ ଥିବା ଯୁବକମାନଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା ଜାରି ରହିଛି। ବିଭିନ୍ନ ଆକର୍ଷକ କାର୍ଯ୍ୟକ୍ରମ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଯୁବକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବ। ଏ ନେଇ ବିଭିନ୍ନ ଥାନାରେ ୟୁଥ୍‌ କ୍ଲବ ଗଠନ ହୋଇଛି। ସେଠାରେ ଯୁବବର୍ଗଙ୍କୁ କ୍ରୀଡା ପ୍ରଶିକ୍ଷଣ ସହ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଯୁବବର୍ଗଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories