BJD Bijuli 480×75 Mob

ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି

BJD Bijuli 480×75 Mob
0

ନୂଆଦିଲ୍ଲୀ : ଆନନ୍ଦ ଉଲ୍ଲାସର ସହିତ ସାରା ଦେଶରେ ଗୁରୁବାର ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି। ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ବସନ୍ତର ଶୁଭ ଆଗମନ ଅବସରରେ ଏହି ପର୍ବ ପାଳନ କରାଯାଉଛି।
ଏହି ଅବସରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବାର୍ତ୍ତାରେ କହିଛନ୍ତି ଯେ ବସନ୍ତ ଉତ୍ସବ ହୋଲି ହେଉଛି ଆମ୍ଭମାନଙ୍କର ଭ୍ରାତୃତ୍ୱବୋଧ ଏବଂ ପାରସ୍ପରିକ ସ୍ନେହ ଆଦାନ ପ୍ରଦାନର ପର୍ବ। ସେ ଆଶାବ୍ୟକ୍ତ କରିଛନ୍ତି ଯେ, ଏହି ରଙ୍ଗ ସମସ୍ତ ପରିବାର ଓ ସମାଜରେ ସକରାତ୍ମକ ପ୍ରଭାବ ପକାଉ। ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ କହିଛନ୍ତି ଯେ ହୋଲିପର୍ବ ଅତ୍ୟନ୍ତ ଉତ୍ସାହର ସହ ପାରମ୍ପରିକ ରୀତିରେ ଦେଶରେ ପାଳନ କରାଯାଉଛି। ଏହା ହେଉଛି ଏପରି ଏକ ପର୍ବ, ଯାହା ଆନନ୍ଦ ଏବଂ ଭ୍ରାତୃତ୍ୱ ଭାବ ସୃଷ୍ଟି କରିଥାଏ।

Leave A Reply