www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱକପର ଓଡ଼ିଆ ଗୀତ ଗାଇଲେ ମିକା ଓ ଲିପ୍‍ସା

ଭୁବନେଶ୍ୱର : ଆସ କରିବା ଏତେ ବୋବାଲ …ଓଡ଼ିଶା ନାଁ ହେବ ଗ୍ଲୋବାଲ। ଏଭଳି ଓଡ଼ିଆ ସଙ୍ଗୀତରେ କମ୍ପିବ ହକି ବିଶ୍ୱକପ। କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ଲାଗି ପ୍ରସ୍ତୁତ ହୋଇଛି ଓଡ଼ିଆ ଗୀତ। ଡ. ନୀଳମାଧବ ପଣ୍ଡାଙ୍କ ପ୍ରଯୋଜନାରେ ଓଡ଼ିଆରେ ଏକ ଚମତ୍କାର ମ୍ୟୁଜିକ୍‍ ଭିଡ଼ିଓ ପ୍ରସ୍ତୁତ କରାଯାଇଛି। ଯାହାର ନାମ ହୋଇଛି ଆସ କରିବା ଏତେ ବୋବାଲ… ଓଡ଼ିଶା ନାଁ ହେବ ଗ୍ଲୋବାଲ। ସଙ୍ଗୀତ ନିର୍ଦେଶକ ମାନବ ରଥ ଏହାକୁ ନିର୍ଦେଶନା ଦେଇଥିବାବେଳେ କଣ୍ଠଦାନ କରିଛନ୍ତି ବଲିଉଡ୍‍ର ଆଗଧାଡ଼ିର ଗାୟକ ମିକା ସିଂହ ଓ ଓଲିଉଡ୍‍ ଗାୟିକା ଲିପ୍‍ସା। ହକି ଉପରେ ଆଧାରିତ ଏହି ଗୀତକୁ ଲେଖିଛନ୍ତି ସଚିନ ଦାସ ଓ ସଙ୍ଗୀତରେ ଏହାକୁ ସଜାଇଛନ୍ତି ଓଲିଉଡ୍‍ କମ୍ପୋଜର ଗୁଡ୍‍ଲି ରଥ। ସିନେ ନିର୍ଦେଶକ ସୁଶାନ୍ତ ମଣିଙ୍କ ନିର୍ଦେଶନାରେ ପ୍ରସ୍ତୁତ କରାଯାଇଛି। ପ୍ରଥମ କରି ଓଡ଼ିଆ ଗୀତ ଗାଇଥିବା ମିକା କହିଛନ୍ତି ଆମର ଜାତୀୟ କ୍ରୀଡ଼ା ହକି ପାଇଁ ଗୀତ ଗାଇବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏଥିସହ ମିକା ଭାରତୀୟ ଦଳର ବିଜୟ ମଧ୍ୟ ଶୁଭକାମନା କରିଛନ୍ତି। ସଙ୍ଗୀତ ନିର୍ଦେଶକ ମାନବ ରଥ କହିଛନ୍ତି ଏହି ଗୀତ କେବଳ ହକି ବିଶ୍ୱକପକୁ ଦର୍ଶାଉନାହିଁ, ବରଂ ଓଡ଼ିଶାର ରଙ୍ଗିନ, ଆତିଥ୍ୟ ଓ ଉତ୍ସବ ପାଳନ କରିବାର ଚିନ୍ତାଧାରାକୁ ମଧ୍ୟ ବ୍ୟକ୍ତ କରୁଛି। ଓସ୍କାର ପୁରସ୍କାର ବିଜେତା ବଲିଉଡ୍‍ ସଙ୍ଗୀତ ନିର୍ଦେଶକ ଏ.ଆର ରେହମାନଙ୍କ କଣ୍ଠରୁ ବିଶ୍ୱକପ ହିନ୍ଦୀ ସଙ୍ଗୀତ ପ୍ରସ୍ତୁତ ହେବାକୁ ଥିବାବେଳେ ମିକା ସିଂହ ଓ ଲିପ୍ପାଙ୍କ କଣ୍ଠରୁ ଓଡ଼ିଆ ସଙ୍ଗୀତ ବିଶ୍ୱକପରେ ଦର୍ଶକଙ୍କୁ ଉତ୍ସାହିତ କରିବ ବୋଲି ଆଶା କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories