www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନ ହାସଲ କରିଛି ଭାରତ। କିଛିଦିନ ତଳେ ଆୟୋଜିତ ଏସିଆନ୍‌ ଚମ୍ପିଆନ୍‌ସ ଟ୍ରଫି ଓ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିଥିବାରୁ ମାନ୍ୟତାରେ ଉନ୍ନତି ଘଟିଛି। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ମହିଳା ଦଳର ମାନ୍ୟତା ଥିଲା ୮। ତେବେ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିବା ବେଳେ ଏସିଆନ୍‌ ଚମ୍ପିଆନ୍‌ସ ଟ୍ରଫି ଜିତିଥିବାରୁ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଯାଇ ୬ଷ୍ଠ ସ୍ଥାନରେ ରହିଛି।

ଇଂଲଣ୍ଡ ଦଳକୁ ପଛରେ ପକାଇ ଭାରତୀୟ ମହିଳା ଦଳ ୨୩୬୮.୮୩ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି। ମାନ୍ୟତାରେ ନେଦରଲାଣ୍ଡ୍‌ସ ମହିଳା ଦଳ ୩୪୨୨.୪୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୮୧୭.୭୩ ପଏଣ୍ଟ ସହ ଦ୍ବିତୀୟ, ଆର୍ଜେଣ୍ଟିନା ୨୭୬୬.୯୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି। ବେଲିଜିୟମ୍‌ ୨୬୦୮.୭୭ ପଏଣ୍ଟ ସହ ଚତୁର୍ଥ ଓ ଜର୍ମାନୀ ୨୫୭୩.୭୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories