www.samajalive.in
Saturday, December 6, 2025
23.1 C
Bhubaneswar

ଭୁବନେଶ୍ୱରରେ ପହଞ୍ଚିଲା ଶହୀଦ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଛତିଶଗଡରେ ଆଇଇଡି ବିସ୍ଫୋରଣରେ ସୀମା ସୁରକ୍ଷା ବଳରେ ଶହୀଦ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପାର୍ଥିବ ଶରୀର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚି ସାରିଛି। ସହିଦ ଯବାନଙ୍କୁ ବିଏସଏଫର ବରିଷ୍ଠ ଅଧିକାରୀ ଓ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ତାଙ୍କ ପାର୍ଥିବ ଶରୀର ପୈତୃକ ଗାଁକୁ ନିଆଯିବ। ଛତିଶଗଡରେ ଆଇଇଡି ବିସ୍ଫୋରଣରେ ସୀମା ସୁରକ୍ଷା ବଳରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ଶହୀଦ ହୋଇଛନ୍ତି। ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ସୀମାନ୍ତ ସୁକ୍‌‌ମା ଜିଲ୍ଲାର ତୋଣ୍ଡମାରକା କ୍ୟାମ୍ପ ଅଞ୍ଚଳରେ ଭୋଟ ଗ୍ରହଣ ଦଳକୁ ସୁରକ୍ଷା ଦେଉଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ସେ ବିସ୍ଫୋରଣରେ ଗୁରୁତର ଭାବେ ଆହତ ହେବା ପରେ ଚିକିତ୍ସା କରାଯାଉଥିଲା କିନ୍ତୁ ଗତ ରାତି ପ୍ରାୟ ୮ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶହୀଦ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories