www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ-ପ୍ରଶାନ୍ତ ମହାସାଗର ଅଭିମୁଖେ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ; ଚୀନ ଉପରେ ରଖିବ କଡା ନଜର

ଲଣ୍ଡନ: ବ୍ରିଟେନର ଲଢୁଆ ବିମାନବାହୀ ଯୁଦ୍ଧଜାହାଜ ଏଚଏମଏସ କ୍ୱିନ ଏଲିଜାବେଥ ନେତୃତ୍ୱରେ ଦେଶର ଷ୍ଟ୍ରାଇକ ଗ୍ରୁପ୍‍ ଏବେ ଭାରତ-ପ୍ରଶାନ୍ତ ମହାସାଗର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏଥିରେ ୯ଟି ଜାହାଜ, ୩୨ଟି ଲଢୁଆ ବିମାନ ଏବଂ ୩୭୦୦ ଯବାନ ରହିଛନ୍ତି। ବିଶ୍ୱ ଭ୍ରମଣ କାର୍ଯ୍ୟକ୍ରମରେ ଏହି ଜାହାଜଗୁଡିକ ସାତମାସ ପାଇଁ ବାହାରିଥିବା କୁହାଯାଉଛି। ଶନିବାର ଦିନ ଏହି ଜାହାଜଗୁଡିକ ଯାତ୍ରା ଆରମ୍ଭ କରିଛନ୍ତି ଏବଂ ଏଚଏମଏସ କ୍ୱିନ ଏଲିଜାବେଥକୁ ପ୍ରଥମ ଥର ପାଇଁ ଅଭିଯାନ ଭିତ୍ତିକ ମୁତୟନ କରାଯାଇଛି। ଏହାଦ୍ୱାରା ଉକ୍ତ ଅଞ୍ଚଳରେ ଚୀନର ଆଧିପତ୍ୟ ବିସ୍ତାର ନୀତିକୁ ପ୍ରତିହତ କରିବା ଦିଗରେ ବ୍ରିଟେନର ସଂପୃକ୍ତି ବୃଦ୍ଧିଘଟିବ ବୋଲି ସାମରିକ ସୂତ୍ରରୁ କୁହାଯାଇଛି। ଏହି ଅବସରରେ ବୋରିସ ଜନସନଙ୍କ ସରକାର ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ଉପରେ ଅଧିକ ଦୃଷ୍ଟି ରଖିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ଦଶବର୍ଷ ପାଇଁ କୂଟନୀତି ଓ ନିରାପତ୍ତା ଉପରେ ପ୍ରସ୍ତୁତ କରାଯାଇଥିବା ଏକ ନୂତନ ନୀତି ପତ୍ରରେ ଜନସନ ଏହା ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି, ଯାହା ଗତ ମାର୍ଚ୍ଚ ମାସରେ ପ୍ରକାଶ ପାଇସାରିଛି। ବ୍ରିଟେନର ଏହି ଯୁଦ୍ଧ ଜାହାଜଗୁଡିକ ସାତମାସ ପର୍ଯ୍ୟନ୍ତ ଭୂମଧ୍ୟ ସାଗର, ଭାରତ ମହାସାଗର ଏବଂ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମୁତୟନ ହେବା ଅବସରରେ ବିଶ୍ୱର ଏକ-ପଞ୍ଚମାଂଶରୁ ଅଧିକ ରାଷ୍ଟ୍ର ସହିତ ଭାବ ବିନିମୟ କରିବେ ବୋଲି ଜଣାଯାଇଛି। ଶନିବାର ଯୁଦ୍ଧଜାହାଜ ତାହାର ଯାତ୍ରାରମ୍ଭ କରିବା ପୂର୍ବରୁ ବୋରିସ ଜନସନଙ୍କ ସହିତ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ୍‍ ୱାଲେସ, ଆଡମିରାଲ ଟୋନି ରାଡାକିନ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ସାର୍‍ ମାଇକ ୱିଜଷ୍ଟନ ପ୍ରମୁଖ ଜାହାଜ ପରିଦର୍ଶନ କରିଥିଲେ। ଏହି ଜଳଯାତ୍ରା କାଳରେ ବ୍ରିଟେନର ବିମାନବାହୀ ଷ୍ଟ୍ରାଇକ ଗ୍ରୁପ୍‍ ଭାରତ, ଜାପାନ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଆଦି ରାଷ୍ଟ୍ର ଉପକୂଳ ଗସ୍ତ କରିବା ସହିତ ସେହିସବୁ ରାଷ୍ଟ୍ର ସହିତ ବ୍ରିଟେନର ସୁରକ୍ଷାଗତ ସମ୍ପର୍କ, ରାଜନୈତିକ ସମ୍ପର୍କକୁ ସୁଦୃଢ କରିବେ ବୋଲି ଜଣାଯାଇଛି। ଏଚଏମଏସ କ୍ୱିନ ଏଲିଜାବେଥ ବ୍ରିଟେନ ସାମରିକ ଇତିହାସରେ ସର୍ବବୃହତ ଏବଂ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ଭାବରେ ପରିଗଣିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories