www.samajalive.in
Monday, December 15, 2025
26.1 C
Bhubaneswar

ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଛି। ପୂର୍ବରୁ ଆମେରିକା, ବ୍ରାଜିଲରେ ଏହି କାରଣ ଜନିତ ମୃତ୍ୟୁ ୩ ଲକ୍ଷ ଅତିକ୍ରମ କରିସାରିଛି। ଫଳରେ କୋଭିଡ ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟାରେ ଭାରତ ବିଶ୍ୱର ୩ୟ ସ୍ଥାନ ନେଇଛି। ଆମେରିକାରେ କୋଭିଡ ଜନିତ ମୃତ୍ୟୁ ୫,୮୯,୭୦୩ ହୋଇଥିବାବେଳେ ବ୍ରାଜିଲରେ ତାହା ୪,୪୮,୨୦୮ ରହିଛି। ଭାରତରେ ପ୍ରତିଦିନ ଲକ୍ଷାଧିକ ଲୋକ କରୋନା ସଂକ୍ରମିତ ହେଉଥିବାବେଳେ ମୃତ୍ୟୁସଂଖ୍ୟା କିଛି ଦିନଧରି ଚାରିହଜାର ଉପରେ ରହିବା ପରେ ଏବେ ସେଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। କୋଭିଡ-୧୯ର ଦ୍ୱିିତୀୟ ଲହର ପ୍ରଭାବ ଭାରତରେ ଏତେ ଭୟଙ୍କର ହୋଇଛି ଯେ କେବଳ ଚଳିତ ମାସରେ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୧ ଲକ୍ଷ ଲୋକ ଏଥିରେ ପ୍ରାଣ ହରାଇସାରିଲେଣି।

କୋଭିଡ-୧୯ ମହାମାରୀ ପରିସ୍ଥିତି ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଥିବାବେଳେ କୋଭିଡ କଟକଣା ପାଳନ କ୍ଷେତ୍ରରେ ଜନସାଧାରଣଙ୍କ ଅବହେଳା ମଧ୍ୟ ଏହା ପଛରେ ଅନ୍ୟତମ କାରଣ ବୋଲି କୁହାଯାଉଛି। ତେବେ ବିଶେଷଜ୍ଞମାନଙ୍କର ବିଶ୍ୱାସ ଯେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଓ କୁମ୍ଭମେଳା ଆଦି ଦେଶରେ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ହୋଇଥିଲା। ଇତିମଧ୍ୟରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି ଯେ ଦେଶକୁ କୋଭିଡ-୧୯ର ତୃତୀୟ ଲହର ଆସିବା ନିଶ୍ଚିତ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories