www.samajalive.in
Friday, December 12, 2025
14.1 C
Bhubaneswar

ଏବେ ଗାଁ ଗାଁରେ ହିଟ୍‌ ବରଫ ବାଲା ଆଏଲାନ…’ ଗୀତ

ବଲାଙ୍ଗିର -ବଙ୍ଗାଳୀ ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ‘ବାଦାମ୍‌ ବାଦାମ୍‌ କାଚା ବାଦାମ୍‌….’ ଓ ସହଦେବ ନାମକ ଜଣେ କିଶୋରଙ୍କ ‘ବଚପନ୍‌ କା ପ୍ୟାର୍‌’ ଗୀତ ସାମାଜିକ ଗଣମାଧ୍ୟମରେ ବେଶ ଚହଳ ସୃଷ୍ଟି କରିଥିଲା । ସେହିପରି କଳାହାଣ୍ଡି ଜିଲାର ଡୁଲେ ରାପର୍‌ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଚର୍ଚ୍ଚାକୁ ଆସିଥିଲେ । ‘ବଚପନ୍‌ କା ପ୍ୟାର୍‌’ ଗୀତକୁ ନେଇ ଜଣାଶୁଣା ବଲିଉଡ୍‌ ରାପର୍‌ ବାଦଶାହା ସହଦେବଙ୍କୁ ନେଇ ‘ଜାନ୍‌ ମେରେ ଜାନେମନ୍‌…ବଚପନ କା ପ୍ୟାର୍‌ ମେରା ଭୁଲ ନେହିଁ ଜାନାରେ’ ଗୀତକୁ ରାତରାତି ହିଟ୍‌ କରିଦେଇଥିଲେ । ସେହିପରି ଭୁବନଙ୍କ କାଚା ବାଦାମ୍‌ ଗୀତ ସବୁଠି ପ୍ରଶଂସା ସାଉଁଟୁଛି । ବର୍ତ୍ତମାନ ଖରା ମାସ ଥିବା ବେଳେ ଗାଁ ଗାଁରେ ଆଇସ୍‌କ୍ରିମ୍‌ ବିକାଳିଙ୍କ ଭିଡ ।

ତେବେ ପାଟଣାଗଡ ଭଇଁଷା ଗାଁରେ ଜଣେ ବରଫ ବିକ୍ରି ସହ ଗାଉଥିବା ଗୀତ ବି ବେଶ ପ୍ରସାରିତ ହେଉଛି । ତାଙ୍କ ମୁହଁର ନିସୃତ ଗୀତଟି ଏମିତି: ‘ବରଫ ବାଲା ଆଏଲାନ..ମା’ର ଠାନେ ଛୁଆ କାନ୍ଦଲାନ…ମା’ର ଠାନେ ଛୁଆ କାନ୍ଦଲାନ ଗୋ ମା’ରଠାନେ ଛୁଆ କାନ୍ଦଲାନ… । ଆଠନା ଟଙ୍କାଟେ ଦେଖନେଇ, ଛୁଆ ପୁତାକେ ପିଟ ନେଇ..ଛୁଆ ପୁତାକେ ପିଟ ନେଇ ଗୋ ଛୁଆ ପୁତାକେ ପିଟ ନେଇ… । କପାସିରା ଦିଗସିରା ମୋର ବରଫ ଇଟା ବଇସରା କାଁଏ ବଇସରା ଇଟା ବଇସରା ଇଟା ବଇସରା… । ଉଲାବ ପାଖେ ଭଇଁଷା ଗୋ, କଲେ କଲେ ଆନଗୋ ପଏସା ଗୋ କଲେ କଲେ ଆନ ପଏସା… । ଜଣେ ବରଫ(ଆଇସ୍‌ କ୍ରିମ୍‌ ବିକାଳି) ଏମିତି ଗୀତ ଗାଇ ବରଫ ବିକ୍ରି କରୁଥିବା ବେଳେ ତାଙ୍କ ଗୀତ ଶୁଣି ଲୋକ, ମହିଳା, ଛୁଆ ଭିଡ ଜମାଉଛନ୍ତି । ବରଫ କିଣିବା ସହ ବାରମ୍ବାର ଗୀତ ଶୁଣୁଛନ୍ତି । ଆଉ ତାଙ୍କ ଗୀତ ବି ଆଦୃତି ଲାଭ କରୁଛି ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories