www.samajalive.in
Thursday, December 11, 2025
13.1 C
Bhubaneswar

ମିସେସ୍‌ ଇଣ୍ଡିଆର ବିଜୟୀ ହେଲେ ଓଡ଼ିଶାର ରୁପ୍‌ସା

ଭୁବନେଶ୍ୱର – ଓଡ଼ିଶାର ରୁପ୍‌ସା ନାୟକ ମିସେସ୍‌ ଇଣ୍ଡିଆ କ୍ରାଉନ୍‌ ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ରୁପ୍‌ସା ବିଜୟୀ ହୋଇଛନ୍ତି ।

ସେ ରାଜଧାନୀରେ ଥିବା (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ୍‌ ହାସଲ କରିଛନ୍ତି ।

- Advertisement -

ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରେ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୧୦୦ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ପ୍ରଥମେ ଅନ୍‌ଲାଇନ୍‌ରେ ଅଡିସନ୍‌ କରାଯିବା ପରେ ନୂଆ ଦିଲ୍ଲୀରେ ପ୍ରତ୍ୟକ୍ଷ ଭାବରେ ଏହାର ସେମିଫାଇନାଲ୍‌ ରାଉଣ୍ଡର ଆୟୋଜନ କରାଯାଇଥିଲା । ଏହି ରାଉଣ୍ଡରେ ଏହି ୫୦ ଜଣ ପ୍ରତିଯୋଗୀଙ୍କର ଇଂଟ୍ରୋଡକ୍ସନ୍‌ ଏବଂ ଟ୍ୟାଲେଂଟର ପରୀକ୍ଷା କରାଯାଇଥିଲା ଓ ୨୦ ଜଣ ଫିନାଲେକୁ ଉତୀର୍ଣ୍ଣ ହୋଇଥିଲେ ।

ଫିନାଲେ ରାଉଣ୍ଡଟି ମୁମ୍ବାଇରେ ଆୟୋଜନ କରାଯାଇଥିଲା । ପ୍ରତିଯୋଗୀଙ୍କ ମଧ୍ୟରେ ୩ ଦିନ ଧରି ଇଂଟ୍ରୋଡକ୍ସନ୍‌, କଷ୍ଟ୍ୟୁମ୍‌, କ୍ୟାଟ ୱାକ୍‌ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା । ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ଗ୍ରୁମିଂ କରାଯାଇଥିଲା ଏବଂ ଟପ୍‌ ଫାଇଭ୍‌ ଫିନାଲେକୁ ଯାଇଥିଲେ । ଏହି ଟପ୍‌ ଫାଇଭଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ମିସେସ୍‌ ଇଣ୍ଡିଆ କ୍ରାଉନ୍‌ ହାସଲ କରିଛନ୍ତି ରୁପ୍‌ସା । ଗତ ଏପ୍ରିଲ୍‌ ୨୪ ତାରିଖରେ ଏହି ଫିନାଲେ ମୁମ୍ବାଇରେ ଆୟୋଜିତ ହୋଇଥିଲା ।

ରୁପ୍‌ସା କଲେଜ ଜୀବନରୁ ହିଁ ଗ୍ଲାମର ଜଗତ ସହ ଜଡିତ ଅଛନ୍ତି । ୨୦୦୯ ମସିହାରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ଏହି ଟାଇଟଲ୍‌ ହାସଲ କରିବା
ମୁମ୍ବାଇ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କାର୍ଯ୍ୟରତ ରୁପ୍‌ସାଙ୍କ ସ୍ୱାମୀ ମଧ୍ୟ ବଲିଉଡ୍‌ ସହ ଜଡିତ ହୋଇ କାର୍ଯ୍ୟ କରୁଛନ୍ତି । ତାଙ୍କର ଏକ ବର୍ଷର ଝିଅଟିଏ ଅଛି । ଆଗାମୀ ଦିନରେ ସେ ଓଡ଼ିଶାରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।
ସେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ସହ ପ୍ରମୁଖ କମ୍ପାନୀର ବିଜ୍ଞାପନରେ ସାମିଲ ହୋଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories