www.samajalive.in
Saturday, December 6, 2025
19.1 C
Bhubaneswar

ଖୋଲିଲା ହୀରାକୁଦର ୨୦ ଗେଟ ; ମହାନଦୀରେ ବନ୍ୟା ଆଶଙ୍କା

କଟକ: ମଙ୍ଗଳବାର ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି । ଆଜି ସଂଧ୍ୟା ସୁଦ୍ଧା ୨୫ଟି ଗେଟ୍ ଖୋଲା ଯିବ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ୨୫ଟି ଗେଟରେ ପ୍ରତି ସେକେଣ୍ଡରେ ୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ । ଆଜି ସଂଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ବହିବ ଏବଂ ଗୁରୁବାର ସକାଳେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଣାପଡିଛି । ଏହାକୁ ନେଇ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ନେଇ ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନର ସତର୍କ ସୂଚନା ଜାରି କରିଛନ୍ତି । ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ମିଳିଛି । ତଳ ମୁଣ୍ଡରେ ବର୍ଷା ହେଊ ନ ଥିବାରୁ ବନ୍ୟା ସମ୍ଭାବନା ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

ମଙ୍ଗଳବାର ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୧,୩୪,୭୨୭ ଘନଫୁଟ୍ ଜଳ ପ୍ରବେଶ ହେଉଥିବା ବେଳେ ୨,୫୧,୧୪୫ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଛତିଶଗଡ ରବିଶଙ୍କର ଡ୍ୟାମରୁ ୧.୪୦ ଲକ୍ଷ ଘନଫୁଟ୍ ଜଳ ଏବଂ ଅନ୍ୟ ୨ଟି ଛୋଟ ପ୍ରୋଜେକ୍ଟରୁ ୬୦ ହଜାର ଘନଫୁଟ୍ ଜଳ ହୀରାକୁଦ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି।

- Advertisement -

ଛତିଶଗଡରେ ପ୍ରବଳ ବର୍ଷା ହେବାରୁ ହଠାତ୍ ଜଳ ଛାଡି ଦେଉଛନ୍ତି । ଯାହା ଫଳରେ ମହାନଦୀରେ ଜଳସ୍ତର ବଢୁଛି । ଛୋଟ ଧରଣର ବନ୍ୟା ହେବ, ଭୟବୀତ ହେବାର ନାହିଁ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories