www.samajalive.in
Monday, December 8, 2025
14.1 C
Bhubaneswar

ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପ୍ରବେଶ କରୁଛି ୫.୨୦ ଲକ୍ଷ କୁସେକ୍ ଜଳ, ନିଷ୍କାସନ ହେଉଛି ୪.୮୦ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ୨୮ଟି ଗେଟ୍‌ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି। ଫଳରେ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ପାରେ ବୋଲି ଆକଳନ କରାଯାଇଛି। ଏହି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦକୁ ୫.୨୦ ଲକ୍ଷ କୁସେକ୍ ଜଳ ପଶୁଛି। ୪.୮୦ ଲକ୍ଷ କୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ଏବଂ ଏଠାରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ହୀରାକୁଦ ଜଳ ମୁଣ୍ଡୁଳିରେ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିବାକୁ ଥିବାବେଳେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ଏହା ଅତିକ୍ରମ କରିବ। ଶନିବାର ରାତିରେ ଏକ ଛୋଟ/ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିବ। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟର ୬ଟି ଜିଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ ଏନ୍‌ଡିଆରଏଫ ମୁତୟନ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇନାହି ନାହିଁ ବୋଲି ଏସଆରସି ପ୍ରକାଶ କରିଛନ୍ତି।

 

- Advertisement -

ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲିଛି । ବତର୍ତ୍ତମାନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ସମୁଦାୟ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ଏହାପରେ ଜଳସ୍ତର ବଢ଼ି ୮ଟାରେ ତାହା ୬୨୮.୪୫ ଫୁଟ ଓ ୯ଟାରେ ୬୨୮.୫୦ ଫୁଟରେ ପହଞ୍ଚିଥିଲା। ଏହାପରେ ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ୍ ଥିବା ବେଳେ ୧୧ଟାରେ ୬୨୮.୬୨ ଫୁଟରେ ପହଞ୍ଚିଛି। ହୀରାକୁଦରେ ୨୮ଟି ଗେଟ୍‌ ଖୋଲା ଯାଇଥିଲେ ମଧ୍ୟ ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି। ଏଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବାବେଳେ ବର୍ତ୍ତମାନ ଜଳ ପତ୍ତନ ଏହାର ବହୁ ତଳେ ରହିଛି। ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି। ଫଳରେ ମୁଣ୍ଡଳୀ ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି।

କଟକ ଜିଲା ମୁଣ୍ଡଳିରେ ଆଜି ସକାଳେ ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ଆଜି ହୀରାକୁଦରେ ଅଧିକ ଗେଟ୍ ଖୋଲାଯାଇଥିଲେ ମଧ୍ୟ ସେହି ପାଣି ମୁଣ୍ଡୁଳିରେ ପହଞ୍ଚିବା ବେଳକୁ ସେପ୍ଟେମ୍ବର ୧୮ ତାରିଖ ସକାଳ ହୋଇଯିବ । ସେତେବେଳକୁ ଏଠାରୁ ଜଳ ନିଷ୍କାସନ ହୋଇ ସାରିଥିବ । ଏଣୁ ୧୮ ତାରିଖ ସକାଳ ବେଳକୁ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷରୁ ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।
ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ୪ଟି ଏନଡିଆରଏଫ୍‌ ଟିମ୍ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍‌ ପଠାଯାଇଛି। ଯବାନମାନେ ରିଲିଫ୍, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ। କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ପୁରୀ ଜିଲ୍ଲାରେ ଏହି ଟିମ୍ ମୁତୟନ କରାଯାଇଛି ।
ଗତ ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ତିନିଟି ଟିମ୍ କେନ୍ଦ୍ରାପଡ଼ା, କଟକ ଓ ପୁରୀ ଯାଉଛନ୍ତି । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି ଏହା ସହିତ ବାଲେଶ୍ୱର ଜିଲ୍ଲାରେ ଥିବା ଏନଡିଆରଏଫ୍‌ ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି। ମୁଣ୍ଡଳୀରେ ଆହୁରି ଅଧିକ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ଅଛନ୍ତି। ଦରକାର ହେଲେ ସେମାନଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ଏନଡିଆରଏଫ୍‌ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories