ଆଜି ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ୱର: ଆଜି ହୀରାକୁଦ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯିବ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ନିଷ୍କାସନ ହେବ ।  ରାଜ୍ୟରେ ମୌସୁମୀ ବର୍ଷା କାରଣରୁ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତାହା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ମଧ୍ୟ ବୃଦ୍ଧି ପାଇଛି ଜଳସ୍ତର । ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦରେ ୫ଟି ଗେଟ୍‌ ଖୋଲିବା ନେଇ ସୂଚନା ଦିଆଯାଇଛି । ସକାଳ ୧୧ଟା ସୁଦ୍ଧା ହୀରାକୁଦ ଗେଟ୍‍ ଖୋଲାଯିବ ବୋଲି କୁହାଯାଇଛି । ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ହୀରାକୁଦ ଗେଟ୍‌ ଖୋଲିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା କରାଯାଉଛି । ସ୍ଥିତିକୁ ଦେଖି ପ୍ରଶାସନ ମଧ୍ୟ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।

Comments are closed.