www.samajalive.in
Saturday, December 6, 2025
16.1 C
Bhubaneswar

ହିମାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ  : ଗତମାସରେ ଫିନ୍‍ଲ୍ୟାଣ୍ଡରେ ଆୟୋଜିତ ୨୦ ବର୍ଷରୁ କମ୍‍ ବିଶ୍ୱ ଆଥଲେଟିକ ଚମ୍ପିଆନ୍‍ସିପର ମହିଳା ୪୦୦ ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହିମା ଦାସଙ୍କୁ ଅଏଲ୍‍ ଇଣ୍ଡିଆ ତରଫରୁ ୨୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଅଏଲ୍‍ ଇଣ୍ଡିଆ ମୁଖ୍ୟ ପରିଚାଳନା ନିର୍ଦେଶକ ଉତ୍ପଲ ବୋରା କହିଛନ୍ତି ହିମା ଜୁନିୟର ବିଶ୍ୱ ଆଥଲେଟିକ୍‍ ଚମ୍ପିଆନ୍‍ସିପରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରାବନ୍ୱିତ କରିଛନ୍ତି। ତେଣୁ ତାଙ୍କୁ ୨୦ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଅର୍ଥ ଆଗାମୀ ଦିନରେ ଅଲିମ୍ପିକ୍‍ସ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ପାଇଁ ହିମାଙ୍କୁ ସହାୟତା ପ୍ରଦାନ କରିବ। ସେହିପରି ଆସାମର ୧୯ ବର୍ଷରୁ କମ୍‍ କ୍ରିକେଟ୍‍ର ରିୟାନ ପରାଗ ଓ ପ୍ରତିଭାବାନ୍‍ ଟେବୁଲ ଟେନିସ୍‍ ଖେଳାଳି ତ୍ରିଷ୍ଣା ଗୋଗେଇଙ୍କୁ ଅଏଲ୍‍ ଇଣ୍ଡିଆ ତରଫରୁ ମାସିକ ୧୭ ହଜାର ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଥିବା ଉତ୍ପଲ ସୂଚନା ଦେଇଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories