ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ରାଜନଗର ଆରଆଇ ଅଧିନ ବୈତରଣୀର ପାଟନାଳି ଘାଟରୁ ଗତ ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ସମୟରେ ଜଣେ ଡମ୍ପର ଡ୍ରାଇଭରଙ୍କ ଉପରେ ଏକ ହାଇଓ୍ବା ଚଢି ଯିବାରୁ ତାଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣଙ୍କ ସଦର ଥାନା କଦଳୀପଶି ଗ୍ରାମର ଫକୀର ମୋହନ ମହାନ୍ତ ବୋଲି ଜଣାପଡିଛି । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ପାଟନାଳିର ବାଲି ଘାଟରୁ ବାଲି ଚୋରା ଚାଲାଣ ସମୟରେ ଅଘଟଣ , ହାଇଓ୍ବା ଧକ୍କାରେ ଡମ୍ପର ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ
Popular Categories



