www.samajalive.in
Saturday, December 6, 2025
26.1 C
Bhubaneswar

“ଆପଣ ଏକଥା ଭାଜପା, ଭିଏଚପିକୁ ଶିକ୍ଷା ଦେବେ କି?”- ଭାଗବତଙ୍କୁ ଦିଗ୍‍ବିଜୟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ହିନ୍ଦୁ ଓ ମୁସଲମାନ ପରସ୍ପର ଠାରୁ ଅଲଗା ନୁହନ୍ତି । ସେମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର ଦିନ ମତ ଦେବାପରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଆରଏସଏସ ମୁଖ୍ୟଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ମୋହନ ଭାଗବତ ଏହି କଥା ତାଙ୍କର ଶିଷ୍ୟ, ଧର୍ମ ପ୍ରଚାରକ, ବିଶ୍ୱ ହିନ୍ଦୁ ପରିଷଦ / ବଜରଙ୍ଗ ଦଳକୁ ଶିକ୍ଷା ଦେବେ କି । ତାହାସହିତ ଏହି ଶିକ୍ଷା ସେ ମୋଦି ଏବଂ ଶାହାଙ୍କ ସମେତ ଭାଜପାର ମୁଖ୍ୟମନ୍ତ୍ରୀମାନଙ୍କୁ ଦେବେ କି?
ଋବିବାର ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ ଭାଗବତ ହିନ୍ଦୁ-ମୁସଲମାନ ଏକତା ସମ୍ପର୍କରେ କହିଥିଲେ । ଭାଗବତ କହିଥିଲେ, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଏବଂ ସେମାନେ ସମାନ ପୂର୍ବଜଙ୍କ ଠାରୁ ଆସିଛନ୍ତି ଏବଂ ପ୍ରାୟ ୪୦,୦୦୦ ବର୍ଷ ପୂର୍ବରୁ ଏହା ହୋଇଛି । ଭାରତରେ ଲୋକମାନଙ୍କର ଡିଏନ୍‍ଏ ମଧ୍ୟ ସମାନ ବୋଲି ସେ କହିଥିଲେ । ଏହାକୁ ନେଇ ଭାଗବତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦିଗବିଜୟ । ସେ ଏ କଥା ମଧ୍ୟ କହିଛନ୍ତି ଯେ, ଭାଗବତ ଯଦି ପ୍ରକୃତରେ ତାଙ୍କର ଏଭଳି ମତ ଦେଇଥାନ୍ତି ତେବେ ନିରୀହ ମୁସଲମାନଙ୍କୁ ଅତ୍ୟାଚାରିତ କରିଥିବା ଭାଜପା କର୍ମୀ ଓ ନେତାମାନଙ୍କୁ ସେ ବହିଷ୍କାର କରିବା ଆବଶ୍ୟକ । ପ୍ରଥମେ ଏହା ନରେନ୍ଦ୍ର ମୋଦି ଏବଂ ଯୋଗି ଆଦିତ୍ୟନାଥଙ୍କ ଠାରୁ ଆରମ୍ଭ କରିବାକୁ ଦିଗବିଜୟ ଟ୍ୱିଟ୍‍ କରି କହିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories