www.samajalive.in
Friday, December 5, 2025
26.1 C
Bhubaneswar

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନୂଆ ବିଦ୍ୟୁତ ବ୍ୟବସାୟ କମ୍ପାନି ବୋର୍ଡରେ ସ୍ଥାନ ପାଇବେ ଅନନ୍ତ ଅମ୍ବାନି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସୌରଶକ୍ତି କ୍ଷେତ୍ରରେ ନୂଆ କମ୍ପାନୀ ସ୍ଥାପନ କରିବାକୁ ଯାଉଥିବାବେଳେ ଉକ୍ତ କମ୍ପାନୀ ବୋର୍ଡରେ ଅନନ୍ତ ଅମ୍ବାନି ସ୍ଥାନପାଇବେ ବୋଲି ଜଣାଯାଇଛି । ଏହା ପୂର୍ବରୁ ଗତ ଫେବ୍ରୁଆରୀରେ ଅନନ୍ତଙ୍କୁ ରିଲାଏନ୍ସ ଓ୨ସି ବୋର୍ଡରେ ନିଆଯାଇଥିଲା । ଉକ୍ତ କମ୍ପାନୀରେ ସାଉଦି ଆରାମ୍‍କୋ ପୁଞ୍ଜିନିବେଶ କରିଛି । ଏଥିସହିତ ଜିଓ ପ୍ଲାଟଫର୍ମ କମ୍ପାନୀ ବୋର୍ଡରେ ମଧ୍ୟ ଅନନ୍ତ ଜଣେ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‍ବୋଧନ ଦେବା ଅବସରରେ ଗ୍ରୁପ୍‍ ଚେୟାରମ୍ୟାନ ମୁକେଶ ଅମ୍ବାନି ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରିଲାଏନ୍ସ ନିୟୁ ଏନର୍ଜି ସୋଲାର ଏବଂ ରିଲାଏନ୍ସ ନିୟୁ ସୋଲାର ଏନର୍ଜି ନାମରେ ଦୁଇଟି କମ୍ପାନୀ ସ୍ଥାପନ ସମ୍ପର୍କରେ ଦୁଇ ସପ୍ତାହ ପୂର୍ବରୁ ଘୋଷଣା କରିଥିଲେ । ରିଲାଏନ୍ସ ଗ୍ରୁପ୍‍ ସବୁଜ ଶକ୍ତି ବ୍ୟବସାୟକୁ ପ୍ରବେଶ କରିବା ସହିତ ଆଗାମୀ ତିନି ବର୍ଷ ମଧ୍ୟରେ ଏ କ୍ଷ୍ରେତରେ ୭୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ମୁକେଶ ଘୋଷଣା କରିଥିଲେ ।
ଚଳିତ ବର୍ଷ ଫେବ୍ରୁଆରୀରେ ମୁକେଶ ଓ ନିତା ଅମ୍ବାନିଙ୍କ ସାନପୁଅ ଅନନ୍ତଙ୍କୁ ରିଲାଏନ୍ସ ଓ୨ସି କମ୍ପାନୀ ବୋର୍ଡରେ ନିଯୁକ୍ତି ଦିଆଯାଇଥିଲା । ଅନନ୍ତ ମଧ୍ୟ ଜିଓ ପ୍ଲାଟଫର୍ମସ୍‍ ବୋର୍ଡରେ ଜଣେ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଉକ୍ତ ବୋର୍ଡରେ ତାଙ୍କ ବଡଭାଇ ଆକାଶ ଅମ୍ବାନି ମଧ୍ୟ ଅନ୍ୟତମ ସଦସ୍ୟ ରହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସୋଲାର ଫଟୋଭୋଲଟାଇକ ମଡ୍ୟୁଲ କାରଖାନା, ଶକ୍ତି ମହଜୁଦକାରୀ ବ୍ୟାଟେରୀ ଉତ୍ପାଦନ କାରଖାନା, ଇଲେକଟ୍ରୋଲାଇଜର କାରଖାନା ଏବଂ ଫୁଏଲ ସେଲ୍‍ କାରଖାନା ଭଳି ଚାରିଟି ଅତି ବୃହତ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଚାରିଟି କାରଖାନ।।ରେ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ । ଏଥିସହିତ ମୃଲ୍ୟ ଶୃଙ୍ଖଳା, ଅଂଶୀଦାର ଏବଂ ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ରରେ ୧୫,୦୦୦ କୋଟି ଟଙ୍କା ବିନିଯୋଗ ହେବ ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories