www.samajalive.in
Friday, December 5, 2025
27.1 C
Bhubaneswar

ମହାକାଶକୁ ଯିବେ ଦ୍ୱିତୀୟ ଭାରତ ଜନ୍ମିତ ମହିଳା ସିରିଶା ବଣ୍ଡ୍‍ଲା; ଚତୁର୍ଥ ଭାରତୀୟ ଭାବରେ ମହାକାଶ ଯାତ୍ରାରେ ଯିବେ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଜନ୍ମିତ ମହିଳା ସିରିଶା ବଣ୍ଡ୍‍ଲା ଆସନ୍ତା ସପ୍ତାହ ଶେଷଭାଗରେ ମହାକାଶ ଯାତ୍ରାରେ ଯିବେ । ମହାକାଶ ଯାତ୍ରା କରିବାରେ ସେ ଦ୍ୱିତୀୟ ଭାରତ ଜନ୍ମିତ ମହିଳା ହେବେ । ତାଙ୍କ ପୂର୍ବରୁ ଭାରତ ଜନ୍ମିତ କଳ୍ପନା ଚାଓଲା ମହାକାଶକୁ ଯାତ୍ରା କରିଥିଲେ । ବଣ୍ଡ୍‍ଲା ବିଶ୍ୱର ଅନ୍ୟତମ ଅରବପତି ତଥା ଆମେରିକାର ଏକ ଅଗ୍ରଣୀ ବେସରକାରୀ ମହାକାଶ ସଂସ୍ଥା ଭର୍ଜିନ ଗାଲାଟିକ୍‍ର ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‍ସନଙ୍କ ସହିତ ଚଳିତ ଜୁଲାଇ ମାସ ୧୧ ତାରିଖରେ ମହାକାଶକୁ ଯାତ୍ରା କରିବେ । ତାଙ୍କ ସହିତ ମୋଟ ଛଅଜଣିଆ ମହାକାଶଚାରୀ ଦଳ ଯାତ୍ରା କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ରାକେଶ ଶର୍ମା, କଳ୍ପନା ଚାଓଲା ଏବଂ ସୁନିତା ୱିଲିଅମ୍ସଙ୍କ ପରେ ସିରିଶା ଚତୁର୍ଥ ମହାକାଶଚାରୀ ଭାବରେ ମହାକାଶକୁ ଯାତ୍ରା କରିବେ ।
ଓିରିଶା ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲାର ବାସିନ୍ଦା । ତେବେ ସେ ଆମେରିକାର ହଷ୍ଟନରେ ଲାଳିତ ପାଳିତ ହୋଇଛନ୍ତି । ସେ ୨୦୧୧ରେ ଆମେରିକାର ପୁରଡେ ବିଶ୍ୱବିଦ୍ୟାଳୟରୁ ଏରୋନଟିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ୨୦୧୫ରେ ଜର୍ଜ ୱାଶିଂଟନ ୟୁନିଭରସିଟିରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ ଭର୍ଜିନ ଗାଲାଟିକ୍‍ କମ୍ପାନୀରେ ଯୋଗଦେଇôଥଲେ । ସଂପ୍ରତି ସେ ବ୍ରିଟିଶ-ଆମେରିକୀୟ ସ୍ପେଶଫ୍ଲାଇଟ କମ୍ପାନୀର ସରକାରୀ ବ୍ୟାପାର ବିଭାଗରେ ଭାଇସ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।
ସିରିଶା କହିଛନ୍ତି, ତାଙ୍କ ସମେତ ଅନ୍ୟ ମହାକାଶଚାରୀଙ୍କୁ ନେଇ ରକେଟ ଦ୍ୱାରା ପରିଚାଳିତ ମହାକାଶଯାନ ଚଳିତ ଜୁଲାଇ ମାସ ୧୧ ତାରିଖରେ ଯାତ୍ରା ଆରମ୍ଭ କରିବ । ଏଥିରେ ଦୁଇଜଣ ପାଇଲଟ ଏବଂ ଚାରିଜଣ ମହାକାଶ ଅଭିଯାନ ବିଶେଷଜ୍ଞ ରହିବେ । ସେମାନଙ୍କ ମଧ୍ୟରେ ରିଚାର୍ଡ ବ୍ରାନ୍‍ସନ ମଧ୍ୟ ରହିଛନ୍ତି । ଟ୍ୱିଟ୍‍ କରି ୩୪ ବର୍ଷ ବୟସ୍କା ସିରିଶା କହିଛନ୍ତି, ମହାକାଶ ଅଭିଯାନରେ ସେ ସାମିଲ ହୋଇଥିବାରୁ ନିଜକୁ ଅତ୍ୟନ୍ତ ଗର୍ବିତ ମନେକରୁଛନ୍ତି । ଜୁନ୍‍ ୨ ତାରିଖରେ ବ୍ରାନ୍‍ସନ ଘୋଷଣା କରିଥିଲେ ଯେ ଆମାଜନ୍‍ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବରୁ ସେ ମହାକାଶ ଯାତ୍ରାରେ ଯିବେ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories