www.samajalive.in
Saturday, December 6, 2025
26.1 C
Bhubaneswar

ହାଫିଜର ଲାହୋର ବାସଭବନ ସମ୍ମୁଖରେ ବିସ୍ଫୋରଣ ପାଇଁ ଭାରତର ‘ର’କୁ ଦାୟୀ କଲା ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍‍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ ବାହାରେ ଘଟିଥିବା ବିସ୍ଫୋରଣ ପାଇଁ ପାକିସ୍ତାନ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‍ ୱିଙ୍ଗ (ର)କୁ ଦାୟୀ କରିଛି । ପାକିସ୍ତାନର ଜାତୀୟ ସୁରକ୍ଷରା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି, ଏହି ବିସ୍ଫୋରଣ ପଛରେ ‘ର’ର ହାତ ରହିଥିଲା । ସୂଚନାଯୋଗ୍ୟ ଯେ ହାଫିଜ ଘର ବାହାରେ ଘଟିଥିବା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୨୪ ଜଣ ଆହତ ହୋଇଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସୂଚନା ମନ୍ତ୍ରୀ ପୱାଦ ଚୌଧରୀ ଏବଂ ପଞ୍ଜାବ ପୁଲିସ ମୁଖ୍ୟ ଇନାମ ଘନି କହିଛନ୍ତି, ଲାହୋର ବିସ୍ଫୋରଣ ପଛରେ ଜଣେ ଭାରତୀୟ ସଂପୃକ୍ତ ଥିବା ଏବଂ ‘ର’ ସହିତ ତାଙ୍କର ସଂପର୍କ ରହିଥିବା ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଦାବି କରିଛନ୍ତି । ୟୁସୁଫ କହିଥିଲେ, ଲାହୋର ଘଟଣାକୁ ନେଇ ତାଙ୍କ ନିକଟରେ ଆର୍ଥିକ ଓ ଟେଲିଫୋନ କଲ୍‍ ରେକର୍ଡ ସମେତ ଠୋସ୍‍ ପ୍ରମାଣ ଏବଂ ଗୁଇନ୍ଦା ତଥ୍ୟ ରହିଛି । ଏଥିରୁ ଏଭଳି ଆତଙ୍କବାଦୀକୁ ଭାରତ ପ୍ରୋତ୍ସାହନ ଦେଉଥିବା ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଦେଶର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକ ବିସ୍ଫୋରଣର ତଥ୍ୟ ପ୍ରମାଣ ଯୋଗାଡ କରିପାରିଥିôବାରୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେମାନଙ୍କୁ ପ୍ରଶଂସା କରିଛନ୍ତି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories