www.samajalive.in
Monday, December 15, 2025
26.1 C
Bhubaneswar

ରେକର୍ଡ ସଂଖ୍ୟକ ୯୫ ହଜାରରୁ ଅଧିକ ସୁସ୍ଥ : ଆରୋଗ୍ୟ ହାର​ରେ ଆମେରିକାକୁ ଟପି ଏକ ନମ୍ବରରେ ଭାରତ

ନୂଆଦିଲ୍ଲୀ :  ଦେଶରୁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୫ ହଜାର ୮୮୦ ଜଣ କରୋନ ସଂକ୍ରମିତ  ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋବିଡ ଆରୋଗ୍ୟ ହାର ୭୯. ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ
ମନ୍ତ୍ରଣାଳୟ କହିଛି, କୋବିଡ୍‍ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ଅତିକ୍ରମ କରି ବିଶ୍ୱରେ ଏକନମ୍ବର ସ୍ଥାନରେ ପହଞ୍ଚିଛି। ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବା ସହ ମୋଟ୍‍ ସଂକ୍ରମଣର ଏହା ଶତକଡ଼ା ୧୯. ୧ %  ରହିଛି। ବର୍ତ୍ତମାନ ୧୦ଲକ୍ଷ ୧୩ ହଜାର ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।
ମନ୍ତ୍ରଣାଳୟ କହିଛି, ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୨୪୭ ଜଣଙ୍କ ମୃତ୍ୟୁ ଘଟି ଥିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୮୫ ହଜାର ୬୧୯ରେ ପହଞ୍ଚିଛି। ଦେଶରେ କୋବିଡ୍‍ ମୃତ୍ୟୁହାର ୧.୬୧ % ରହିଛି, ଯାହା ବିଶ୍ୱର ହାରାହାରି ମୃତ୍ୟୁହାର ତୁଳନାରେ ଯଥେଷ୍ଟ କମ୍‍। ସେହିପରି ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭କରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ୯୩ ହଜାର ୩୩୭ରେ ପହଞ୍ଚିଛି।
ସେହିପରି ଗତ ୨୪ ଘଣ୍ଟା ଭିତରେ ୮ଲକ୍ଷ ୮୧ ହଜାର ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୬ କୋଟି ୨୪ ଲକ୍ଷ ନମୁନା ପରୀକ୍ଷା
କରାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories