ଭୁବନେଶ୍ବର: ବିଶିଷ୍ଟ ଗୀତିକାର, ପ୍ରଯୋଜକ ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଶାରଦା ପ୍ରଶନ୍ନ ନାୟକ ଗୀତି କବିତା ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତିକବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ କରାଯିବା ସହ ପୁରସ୍କାର ରାଶିକୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଛି।
ଶାରଦା ପ୍ରସନ୍ନ ନାୟକ ଓଡ଼ିଆ ସାରସ୍ୱତ ଜଗତର ଅମଳୀନ ପ୍ରତିଭା। ଜଣେ ଗୀତିକାର, ପ୍ରଯୋଜକ, ସଂଗୀତ ନିର୍ଦ୍ଦେଶକ ଭାବରେ ଓଡ଼ିଆ ସଂସ୍କୃତିକ ଜଗତରେ ତାଙ୍କ ଅଲିଭା ସ୍ମତି ଛାଡ଼ିଯାଇଛନ୍ତି। ଏହି ମହାନ ସ୍ରଷ୍ଟା ଅନବଦ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ସଂନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ କେଳୁଚରଣ ଓଡ଼ିଶୀ ଗବେଶଣା କେନ୍ଦ୍ରର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ।



