Patra electronics

ଅରୁଣ ସାହୁଙ୍କୁ ହାଇକୋର୍ଟ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: ନୟାଗଡ଼ ବିଧାୟକ ଅରୁଣ ସାହୁ ଅଡ଼ୁଆରେ ଫସିଛନ୍ତି। ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ନେଇ ଅରୁଣ ସାହୁଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାମଲାକୁ ଗ୍ରହଣ କରି ଏବେ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଆସନ୍ତା ଅଗଷ୍ଟ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Comments are closed.