www.samajalive.in
Monday, December 15, 2025
26.1 C
Bhubaneswar

ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ନିମନ୍ତେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ, ଗୁଜରାଟ ଗୃହ ବିଭାଗ ଅଧିକାରୀ, ଅହମଦାବାଦ ପୁଲିସ କମିସନର, ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟର ଏକାଧିକ ଅଧିକାରୀ, ଭାରତୀୟ ବାୟୁସେନା ଅଧିକାରୀ ଏବଂ ବିମାନ ଚଳାଚଳ ବିଶେଷଜ୍ଞଙ୍କୁ ସଦସ୍ୟଭାବେ ସାମିଲ କରାଯିବ। ଆବଶ୍ୟକ ପଡିଲେ, ପରବର୍ତ୍ତୀ ସମୟରେ ଏହି କମିଟିରେ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କୁହାଯାଇଛି। ତିନିମାସ ମଧ୍ୟରେ କମିଟି ଚୂଡାନ୍ତ ରିପୋର୍ଟ ଦାଖଲ କରିବ ବୋଲି ନିର୍ଦେଶ ଦିଆଯାଇଛି। କମିଟି ଦୁର୍ଘଟଣାର ସମ୍ଭାବ୍ୟ କାରଣ ସମ୍ପର୍କରେ ତଦନ୍ତ କରିବା ସହ ବିମାନ ଚଳାଚଳ ପ୍ରସଙ୍ଗରେ ଉଦ୍ଦିଷ୍ଟ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡ୍ୟୁୟର)କୁ ମଧ୍ୟ ଅନୁଧ୍ୟାନ କରିବେ। ଭବିଷ୍ୟତରେ ବିମାନ ଦୁର୍ଘଟଣା ଏଡାଇବାକୁ କିଭଳି ପଦକ୍ଷେପ ଗ୍ରହଣ କରାଯାଇ ପାରିବ, ସେ ସମ୍ପର୍କରେ ମଧ୍ୟ କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଜଣାପଡିଛି। ତଦନ୍ତ ପ୍ରକ୍ରିୟାରେ ଆବଶ୍ୟକ ପଡୁଥିବା ସମସ୍ତ ତଥ୍ୟ ଯଥା ଫ୍ଲାଇଟ୍‌ ଡାଟା, କକ୍‌ପିଟ ଭଏସ ରେକର୍ଡର, ବିମାନର ରକ୍ଷଣାବେକ୍ଷଣ ରେକର୍ଡ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଇତ୍ୟାଦି ଯୋଗାଇ ଦିଆଯିବ। ଏହାବ୍ୟତୀତ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟାରେ ସାମିଲ ଥିବା ଅନ୍ୟ ସଂସ୍ଥା ତରଫରୁ ମଧ୍ୟ କମିଟିକୁ ସହଯୋଗ କରାଯିବ ବୋଲି କୁହାଯାଇଛି। କମିଟି ସଦସ୍ୟମାନେ ଦୁର୍ଘଟଣାସ୍ଥଳ, ଅହମଦାବାଦ ବିମାନ ବନ୍ଦର ଏଟିସି ପରିଦର୍ଶନ କରିବା ସହ ଏୟାର ଇଣ୍ଡିଆ ଅଧିକାରୀ, ମୃତକଙ୍କ ପରିବାରବର୍ଗଙ୍କ ମତାମତ ସଂଗ୍ରହ କରିପାରିବେ ବୋଲି ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories