www.samajalive.in
Wednesday, December 10, 2025
16.1 C
Bhubaneswar

୨୭ ବର୍ଷ ପରେ ଇତିହାସର ପୁନରାବୃତ୍ତି; ପୃଥକ୍‌ ବିମାନ ଦୁର୍ଘଟଣାରୁ ବର୍ତ୍ତିଛନ୍ତି ୧୧ଏ ସିଟ୍‌ ଯାତ୍ରୀ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଗତ ଗୁରୁବାର ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସମେତ ମୋଟ ୨୭୪ ଜଣ ପ୍ରାଣ ହରାଇଛନ୍ତି। ତେବେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ବିଶ୍ବାସ କୁମାର ରମେଶ ଏହି ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକଭାବେ ବର୍ତ୍ତି ଯାଇଛନ୍ତି। ଉକ୍ତ ଦିନ ରମେଶ ଏୟାର ଇଣ୍ଡିଆ ବିମାନର ୧୧ଏ ନମ୍ବର ସିଟ୍‌ରେ ବସିଥିଲେ। ତେବେ ସଂଯୋଗର ପ୍ରସଙ୍ଗ ହେଉଛି ୨୭ ବର୍ଷ ପୂର୍ବେ ଥାଇଲାଣ୍ଡରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଜଣେ ଯାତ୍ରୀ ମଧ୍ୟ ଉକ୍ତ ବିମାନର ୧୧ଏ ନମ୍ବର ସିଟ୍‌ରେ ବସିଥିଲେ। ୧୯୯୮ରେ ୧୪୬ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକରୁ ଯାତ୍ରାରମ୍ଭ କରିଥିବା ଥାଇ ଏୟାରୱେଜ୍‌ର ଏକ ବିମାନ ଥାଇଲାଣ୍ଡର ସୁରତ୍‌ ଥାନି ସହରରେ ଅବତରଣ ଉଦ୍ୟମ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୧୦୧ ଯାତ୍ରୀ ପ୍ରାଣ ହରାଇଥିଲେ।

ତେବେ ୧୧ଏ ନମ୍ବର ସିଟ୍‌ରେ ବସିଥିବା ୪୭ ବର୍ଷୀୟ ଜେମ୍‌ସ ରୁଆଙ୍ଗସାକ୍‌ ଲୟଚୁସାକ୍‌ ନାମକ ଯାତ୍ରୀ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଥିବାର ସୂଚନା ପାଇବାପରେ ଜେମ୍‌ସ ୨୭ ବର୍ଷ ତଳର ନିଜ କାହାଣୀକୁ ମନେ ପକାଇଛନ୍ତି। ଅବଶ୍ୟ ଜେମ୍‌ସ ସେଦିନ ଏୟାରବସ୍‌-ଏ୩୧୦ ବିମାନରେ ବସିଥିବାବେଳେ ରମେଶ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନରେ ଯାତ୍ରା କରୁଥିଲେ। ଏହି ଦୁଇଟି ବିମାନରେ ୧୧ଏ ନମ୍ବର ସିଟ୍‌ର ଅବସ୍ଥିତି ଭିନ୍ନ ପ୍ରକାର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories