www.samajalive.in
Friday, December 12, 2025
16.1 C
Bhubaneswar

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରସଙ୍ଗ, ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରସଙ୍ଗକୁ ବିରୋଧ କରି ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନା ଅନୁଯାୟୀ, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ ମଧ୍ୟ ସରପଞ୍ଚମାନେ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୧୧ ତାରିଖ ଦିନ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାତୟ ଅନ୍ତର୍ଗତ ଅଞ୍ଚଳରେ କେତେକ ଅନୁସୂଚିତ ଜନଜାତି ପରିବାରଙ୍କ ଘରକୁ ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ସାଲେ‌ଭଟା ସରପଞ୍ଚଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିବା ଅଭିଯୋଗ ହୋଇଥିଲା। ୫ଟି ଭୂମିହୀନ ପରିବାରକୁୁ ସରକାରୀ ଜମି ଉପରେ ଘର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ତରଫରୁ ଅନୁମତି ଦିଆଯିବା ସହିିତ ଆବାସ ଯୋଜନାରେ ଅର୍ଥ ମଞ୍ଜୁର କରାଯାଇଥିଲା। ଏ ନେଇ କୌଣସି ବିବାଦ ନଥିବା ବେଳେ ନିର୍ମାଣ ଭାଙ୍ଗିବା ପାଇଁ ଅଦାଲତି ବା ପ୍ରଶାସନିକ ନିର୍ଦ୍ଦେଶ ନଥିଲା। କେବଳ ସରପଞ୍ଚଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ଗରିବଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଅଭିଯୋଗ ପରେ ଲୋଇସିଂହା ପୁଲିସ ମହିଳା ସରପଞ୍ଚଙ୍କୁ ଗିରଫ କରିଥିଲା। ସରପଞ୍ଚ କିନ୍ତୁ ନିଜ କାର୍ଯ୍ୟକୁ ସମର୍ଥନ କରି ଜିଲ୍ଲପାଳଙ୍କ କ୍ଷମତା ତାଙ୍କୁ ଦିଆଯାଇଛି ବୋଲି କହିଥିଲେ। ସରପଞ୍ଚଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ କ୍ଷମତାର ଏହା ଅପବ୍ୟବହାର ବୋଲି ସ୍ପଷ୍ଟ ହୋଇଥିଲା।

- Advertisement -

ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୯ ଓ ୬୦ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୧୯ରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ। କିନ୍ତୁ ଏଥି ପାଇଁ ସରକାର କିଛି ସ୍ପଷ୍ଟ ନିୟମାବଳୀ ଜାରି କରି ନଥିଲେ କି ସରପଞ୍ଚଙ୍କ ତାଲିମ ପାଇଁ କିଛି ପଦକ୍ଷେପ ଗ୍ରହଣ କରି ନଥିଲେ। ଅନ୍ୟପକ୍ଷରେ ଅଧିକାଂଶ କ୍ଷେତ୍ରରେ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ସରପଞ୍ଚ ଏଭଳି କ୍ଷମତାର ଅପବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା।

ଆବେଦନକାରୀ ଅର୍ଦ୍ଧେନ୍ଦୁ ନାରାୟଣ ବେହେରା କୋର୍ଟଙ୍କୁ ଜଣାଇଛନ୍ତି ଯେ ଏବେ ପ୍ରବାସୀମାନେ ପୂର୍ବଭଳି ବହୁ ସଂଖ୍ୟାରେ ଆସୁ ନ ଥିବାରୁ ସରପଞ୍ଚଙ୍କୁ ଏଭଳି କ୍ଷମତାର ଆଉ ଆବଶ୍ୟକତା ନାହିଁ। ତେଣୁ ସେହି ନିର୍ଦ୍ଦେଶନାମା ରଦ୍ଦ କରାଯାଉ। ଏଥି ସହିତ ସାଲେଭଟାରେ ଗରିବ ଲୋକଙ୍କ ଭାଙ୍ଗି ଦିଆଯାଇଥିବା ଘର ପୁନର୍ବାର ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଏହି ମାମଲାରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ପଞ୍ଚାୟତରାଜ ସଚିବ, ବଲାଙ୍ଗୀର ଜିଲ୍ଲାପାଳ ଏବଂ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories