www.samajalive.in
Saturday, December 13, 2025
21.1 C
Bhubaneswar

ନିଟ୍‌-ଜେଇଇ ପ୍ରବେଶିକା ପରୀକ୍ଷା ନେଇ ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର : କରୋନା ମହାମାରୀ ସମୟରେ ସବୁଆଡେ କଟକଣା ଜାରି କରାଯାଇଛି। ଏଭଳି ଏକ ବିପଦପୂର୍ଣ୍ଣ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ନିଟ୍ – ଜେଇଇ ପ୍ରବେଶିକା ପରୀକ୍ଷାକୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବଲାଙ୍ଗିର ଜିଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଜିଲାପାଳ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପ୍ରବେଶିକା ପରୀକ୍ଷା କରିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସବୁଆଡେ କରୋନା ସଂକ୍ରମଣର ଭୟ ରହିଥିବା ବେଳେ ଦେଶର ପ୍ରାୟ ସବୁଆଡେ କଟକଣା ଜାରି ରହିଛି। ଏମିତିରେ କେନ୍ଦ୍ର ସରକାର ନିଟ୍ ଓ ଜେଇଇ ପ୍ରବେଶିକା ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା କରୋନା ସଂକ୍ରମଣର ଭୟ ରହିଥିବା ବେଳେ ଏହାକୁ ଶୀଘ୍ର ଘୁଞ୍ଚାଇବା ପାଇଁ ରାଜନୈତିକ ଦଳ ମାନେ ଦାବି ଆରମ୍ଭ କରିଛନ୍ତି। ଏହି ପରିପେକ୍ଷୀରେ ବଲାଙ୍ଗିର ଜିଲା ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପରୀକ୍ଷା ତାରିଖକୁ ଘୁଞ୍ଚାଇବା ପାଇଁ ଦାବି କରାଯାଇଥିଲା। ତେବେ ଯୁବ କଂଗ୍ରେସର ଦାବି ପୂରଣ ନକଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ଚେତବାନୀ ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories