www.samajalive.in
Wednesday, December 10, 2025
23.1 C
Bhubaneswar

ନାଵାଳିକା ଦୁର୍ଷମ ମାମଲା, ତଦନ୍ତ ସ୍ଥିତି ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ନାବାଳିକା ମାମଲାର ତଦନ୍ତର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଗଣଦୁଷ୍କର୍ମ ମାମଲା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା। ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ  ଅବଗତ କରାଯାଇଥିଲା। ଏହା ସହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ଏହି ସତ୍ୟପାଠରେ ପ୍ରାର୍ଥନା କରାଯାଇଛି।

ସତ୍ୟପାଠରେ କୁହାଯାଇଛି ଯେ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତାଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି। ଅଭିଯୁକ୍ତମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି। ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ ହୋଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ଘଟଣା ଘଟିବାର ୪ ମାସ ପରେ ମାମଲା ଦାୟର ହୋଇଥିବାରୁ ବାୟୋଲୋଜିକାଲ ପ୍ରମାଣ ପାଇବାରେ ସମସ୍ୟା ହେଉଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିବାରୁ ଏଥିପାଇଁ ସିବିଆଇ କିମ୍ବା ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ ପାଇଁ  ପ୍ରାର୍ଥନା ହୋଇଥିବା ବେଳେ ଏଭଳି ତଦନ୍ତ କରାଯିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories