କାର୍ ଭିତରୁ ବାହାରିଲା କୁକୁଡା, ଭିଡିଓ ଦେଖିଲେ ହସ ଲାଗିବ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ଶିକ୍ଷଣୀୟ ଭିଡିଓ ଥାଏ ତ ଆଉ କିଛି ମଜାଳିଆ ଭିଡିଓ ଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କାର ଭିତରୁ ଏକ କୁକୁଡା ବାହାରୁଛି । ଏହି ଭିଡିଓ ସମସ୍ତଙ୍କୁ ଚକିତ କରିବା ସହ ହସର ଖୋରାକ ଯୋଗାଉଛି ।

 

View this post on Instagram

 

A post shared by Chauhan Vaidip (@mr_vaidip_rajput_07)

ଭିଡିଓରେ ନଜର ଆସୁଛି କି ଏକ କାର୍ ପେଟ୍ରୋଲ ପମ୍ପରେ ଠିଆ ହୋଇଛି । ଏହାକୁ ଖୋଲିବା ପରେ ତା ଭିତରେ କୁକୁଡା ଓ କିଛି ଅଣ୍ଡା ନଜର ଆସୁଛି । ପରେ ତାକୁ ବାହାରକୁ ବାହାର କରାଯାଉଛି । ଭିଡିଓକୁ ଅଢେଇ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ସମସ୍ତେ ଏଥିରେ ମଜାଳିଆ ପ୍ରତିକ୍ରିୟା ଦେବା ସହ ଏହାକୁ ସେୟାର କରୁଛନ୍ତି ।

Comments are closed.