www.samajalive.in
Saturday, December 6, 2025
26.1 C
Bhubaneswar

ପରିବେଶ ଅନୁକୂଳ ଷ୍ଟାର୍ଟଅପ୍: ଭାଙ୍ଗ ଗଛରୁ ତିଆରି ହେଉଛି ସୁନ୍ଦର ପୋଷାକ, ବଢୁଛି ଲୋକଙ୍କ ଆକର୍ଷଣ

ଯୋଧପୁର: ଭାଙ୍ଗ ସାଧାରଣତଃ ଏକ ନିଶା ଦ୍ରବ୍ୟ ଭାବେ ବ୍ୟବହୃତ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭାଙ୍ଗ ଗଛରୁ ତିଆରି ହେଉଛି ଭଳିକି ଭଳି ପାରମ୍ପରିକ ପୋଷାକ। ଆଜ୍ଞା ହଁ, ଏକ ପରିବେଶ ଅନୁକୂଳ ଷ୍ଟାର୍ଟଅପ୍ ଭାଙ୍ଗ ଗଛରୁ କପଡ଼ା ତିଆରି କରୁଛି, ଯେଉଁଥିରୁ ସୁନ୍ଦର ତଥା ଆକର୍ଷଣୀୟ ପୋଷାକ ତିଆରି ହେଉଛି। ଏହା ଆପଣଙ୍କୁ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ ଯେ ଯୋଧପୁରର ଦୁଇଜଣ ଯୁବକ ଏହି ନୂତନ ଷ୍ଟାର୍ଟଅପ୍ ସହ ଭାଙ୍ଗ ପୋଷାକ ତିଆରି ଆରମ୍ଭ କରିଛନ୍ତି।

ଯୋଧପୁରର ଦୁଇ ଯୁବକ ରାହୁଲ ଏବଂ ସୁନୀଲ ସୂତାର ପରିବେଶକୁ ଦୃଷ୍ଟିରେ ରଖି ଏହି ନୂଆ ଆରମ୍ଭ କରିଛନ୍ତି। ଭାଙ୍ଗ ଗଛରୁ ନିର୍ମିତ ଏହି କପଡ଼ା କେବଳ ପରିବେଶ ଅନୁକୂଳ ନୁହେଁ, ଏହାର ଅନେକ ବୈଶିଷ୍ଟ୍ୟ ମଧ୍ୟ ଅଛି। ପ୍ରତ୍ୟେକ ଋତୁ, ସେ ଶୀତ ହେଉ କିମ୍ବା ଗ୍ରୀଷ୍ମ, ତାପମାତ୍ରା ଅନୁଯାୟୀ ଏହାର ପ୍ରକୃତି ମଧ୍ୟ ବଦଳିଥାଏ।

- Advertisement -

ଏକ ସାକ୍ଷାତକାରରେ ସୁନୀଲ ସୂତାର କହିଛନ୍ତି ଯେ, ଭାଙ୍ଗରୁ ନିର୍ମିତ କପଡ଼ାର ସୂତା ଗଛର କାଣ୍ଡରୁ ତିଆରି କରାଯାଇଥାଏ। ବିଶୋଧିତ ସୂତାରୁ ପୋଷାକ ଏବଂ କପଡ଼ା ପ୍ରସ୍ତୁତ କରାଯାଏ। ଏହି କପଡ଼ାର ମୂଲ୍ୟ ମଧ୍ୟ ସ୍ବାଭାବିକ ବୋଲି କହିଛନ୍ତି ସୁନୀଲ ସୂତାର। ଶତପ୍ରତିଶତ ପ୍ରାକୃତିକ ଭାଙ୍ଗ ଗଛରୁ ନିର୍ମିତ କପଡ଼ାର ମୂଲ୍ୟ ମିଟର ପିଛା ୮୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଯାହା ସୂତା ପୋଷାକ ଅପେକ୍ଷା ଅଧିକ ଆରାମଦାୟକ।

ଗୋଟିଏ ସୂତା ସାର୍ଟ ତିଆରି ପାଇଁ ୨୬୦୦ ଲିଟର ପାଣି ବ୍ୟବହୃତ ହୁଏ, କିନ୍ତୁ ଭାଙ୍ଗ ସୂତାରୁ ତିଆରି ପୋଷାକ ତିଆରି କରିବା ପାଇଁ ଖୁବ୍ ଅଳ୍ପ ଜଳ ଆବଶ୍ୟକ ହୋଇଥାଏ। କେବଳ ଏତିକି ନୁହେଁ, ଏଥିରେ ସାର ମଧ୍ୟ ବ୍ୟବହୃତ ହୁଏ ନାହିଁ। ଏହି କାରଣରୁ ଲୋକମାନେ ଏଥିପ୍ରତି ଆକର୍ଷିତ ହେଉଛନ୍ତି।

ଭାଙ୍ଗ ଗଛରୁ ତିଆରି ପୋଷାକର ଚାହିଦା ଧୀରେ ଧୀରେ ବଢୁଛି, କାରଣ ଲୋକମାନେ ଏ ବିଷୟରେ ଏବେ କମ୍ ସଚେତନ ଅଛନ୍ତି। ତଥାପି ଲୋକମାନେ ପରିବେଶ ପ୍ରତି ଅନୁପ୍ରାଣିତ ହୋଇ ଏଥି ପ୍ରତି ଆକର୍ଷିତ ହେଉଛନ୍ତି। ଅଧିକାଂଶ ଲୋକ କୌତୁହଳବଶତଃ ଭାଙ୍ଗ ଗଛରୁ ତିଆରି ପୋଷାକ ପ୍ରତି ଆକର୍ଷିତ ହେଉଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories