www.samajalive.in
Friday, December 12, 2025
14.1 C
Bhubaneswar

ଜେଲରେ ରାତି ବିତାଇବେ ହେମନ୍ତ ସୋରେନ୍, କାଲି ନିଷ୍ପତ୍ତି ଶୁଣାଇବେ ସ୍ବତନ୍ତ୍ର କୋର୍ଟ

ରାଞ୍ଚି : ଝାଡଖଣ୍ଡର କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ନ୍ୟାୟିକ ହେପାଜତରେ ରହିବେ । ଇଡି ତାଙ୍କୁ କୋର୍ଟରେ ହାଜର କରି ୧୦ ଦିନର ରିମାଣ୍ଡ ମାଗିଥିଲା । କୋର୍ଟ ସମ୍ପୂର୍ଣ୍ଣ ମାମଲାରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି କି ହେମନ୍ତ ଆଜି ରାତିରେ ଜେଲରେ ରହିବେ । ଏହା ବ୍ୟତୀତ ଇଡିର ରିମାଣ୍ଡ ପିଟିସନରେ ଶୁଣାଣି କରି ପିଏମଏଲଏର ବିଶେଷ କୋର୍ଟ ନିଜ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ରିମାଣ୍ଡ ପିଟିସନରେ କୋର୍ଟ କାଲି ନିଷ୍ପତ୍ତି ଶୁଣାଇବେ ।

ରାଞ୍ଚିର ପିଏମଏଲଏ କୋର୍ଟ ପରେ ହେମନ୍ତ ଜେଲ୍ ପହଞ୍ଚି ଯାଇଛନ୍ତି । ହେମନ୍ତ ସୋରେନଙ୍କୁ ରାଞ୍ଚିର ହୋଟଓ୍ବାର ଜେଲ୍ ପଠାଯାଇଛି । ଆଜି ରାତିରେ ସେ ଜେଲରେ ରହିବେ । ଅନ୍ୟପଟେ ସେ କୋର୍ଟରୁ ବାହାରୁଥିବା ସମୟରେ ଜେଏମଏମର ଅନେକ କର୍ମୀ ଉପସ୍ଥିତ ଥିଲେ । ସମସ୍ତେ ହେମନ୍ତଙ୍କ ସମର୍ଥନରେ ଜମା ହୋଇ ନାରା ଦେଉଥିଲେ । କହିରଖୁଛୁ ହେମନ୍ତ ସୋରେନଙ୍କୁ ଇଡି ଜମି ଘୋଟାଲା ମାମଲାରେ ଗିରଫ କରିଛି ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories