www.samajalive.in
Friday, December 12, 2025
23.1 C
Bhubaneswar

ଆଠଗଡ଼ର ୧୧ଶିକ୍ଷକ ଓ ୯ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଆଠଗଡ଼: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ୫-ଟି ଉପକ୍ରମରେ ଆରମ୍ଭ କରିଥିବା ଅଭିନବ ପ୍ରୟାସ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ୟତମ। ବୁଧବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ୨ଟି ବର୍ଗରେ ମୋଟ ୧୬ଟି ବିଭାଗରେ ୭୫୧୬ଟି ପୁରସ୍କାର ପ୍ରଦାନ କରିଥିଲେ। ଏହି କ୍ରମରେ ଆଠଗଡ଼ ବ୍ଲକର ୧୧ଜଣ ଶିକ୍ଷକ ଓ ୯ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁୁରସ୍କାର ପ୍ରଦାନ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସୁତ୍ରରୁ ପ୍ରକାଶ। ଆଠଗଡ଼ ଉପଖଣ୍ଡରେ ଶ୍ରେଷ୍ଠ ସିଆରସିସି ଭାବେ ଏନଏସି ସିଆରସିସି ମୁରଲୀଧର ସାହୁଙ୍କ ସମେତ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀ ସ୍ୱାଗତିକା ଲେଙ୍କା, ପ୍ରଜ୍ଞା ପାରମିତା ସାହୁ, ରଚିତା ସେଠୀ, ସୋମନାଥ ନାୟକ, ସୌମ୍ୟାଶକ୍ତି ରାଉତ, ବିଶ୍ୱଜିତ୍‌‌ ବାରିକ, ଶ୍ରଦ୍ଧାସୁମନ ପରିଡ଼ା, ବୈଷ୍ଣବୀ ମଧୁବଂଶୀ, ମଧୁସ୍ମିତା ଖିଲାରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି। ସେହିପରି ମାଧ୍ୟମିକ ବିଦ୍ୟାଳୟର ୫ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ଜଗନ ପରିଡ଼ା, ନିରୁପମା ବେହେରା, ସ୍ୱାତୀକୁମାରୀ ପଟ୍ଟନାୟକ, ଶିବପ୍ରସାଦ ବିଶ୍ୱାଳ, ଯଯାତି ଜେନା ପୁରସ୍କୃତ ହୋଇଥିଲେ। ଏତଦ୍‌‌ ବ୍ୟତୀତ ଆନୁଷ୍ଠାନିକ ବର୍ଗରେ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଓ ଏହାର ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସ, ଗୋପିନାଥପୁର ୟୁଜିୟୁପି ସ୍କୁଲ ଓ ପ୍ରଧାନଶିକ୍ଷକ ଗଦାଧର ଲେଙ୍କା, ବଡଭୂଇଁ ଗ୍ରାମପଞ୍ଚାୟତ ଓ ସରପଞ୍ଚ ଗୋପାଳ ଚନ୍ଦ୍ର ସାହୁ, ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବ୍ଲକ ଶିକ୍ଷାଧିକାରୀଙ୍କ ସୁତ୍ରରୁ ପ୍ରକାଶ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories