www.samajalive.in
Saturday, December 6, 2025
19.1 C
Bhubaneswar

ପହିଲା ଯାଏ ନିସ୍ତାର ନାହିଁ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ତଥା ପଶ୍ଚିମା ବାୟୁ ପ୍ରଭାବରେ ସାରା ରାଜ୍ୟ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଛି। ଏଭଳି ଭୀଷଣ ଗ୍ରୀଷ୍ମପ୍ରବାହ  ସ୍ଥିତି ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନରୁ ଜଣାପଡ଼ିଛି। ଏହି ସମୟରେ ତାପମାତ୍ରା କେତେକ ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ତେଣୁ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସୋମବାର ୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ୫ ସହରରେ ପାରଦ ୪୪ ଡିଗ୍ରୀ କିମ୍ବା ତା ଉପରେ ରେକର୍ଡ଼ ହୋଇଛି। ୩୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏପ୍ରିଲ ଦ୍ବିତୀୟ ଭାଗରେ ଏପର୍ଯ୍ୟନ୍ତ ୧୪ ଦିନ ରାଜ୍ୟରେ ହିଟୱେଭ୍ ଅନୁଭୂତ ହେଲାଣି। ଆଜି ମୟୂରଭଞ୍ଜ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, କେନ୍ଦ୍ରାପଡ଼ା, ନୟାଗଡ଼, ଜଗତସିଂହପୁର, ବୌଦ୍ଧ ଓ ମାଲକାନଗିରି ପ୍ରଭୃତି ୧୪ ଜିଲାରେ ହିଟୱେଭ ଅନୁଭୂତ ହୋଇଥିଲା। ସକାଳ ୭ଟାରୁ ଖରା ମାଡ଼ି ଆସୁଥିବାବେଳେ ପୂର୍ବାହ୍ନରୁ ତାତି କଲବଲ କରୁଛି। ଦିନ ୧୧ଟାରୁ ତାତି ୪୦ ଡିଗ୍ରୀ ଟପୁଛି। ଝାଞ୍ଜି ଓ ଗୁଳୁଗୁଳି ସ୍ଥିତି ଅସମ୍ଭାଳ କରିପକାଉଛି। ସାରା ରାଜ୍ୟରେ ଏଭଳି ସ୍ଥିତି ମେ’ ପହିଲା ଯାଏଁ ଜାରି ରହିବ। ମଙ୍ଗଳବାର ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ ଓ କଟକ ପ୍ରମୁଖ ୯ ଜିଲାକୁ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ସେହିପରି ସମ୍ବଲପୁର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଏବଂ ଝାରସୁଗୁଡ଼ା ଆଦି ୧୮ ଜିଲାକୁ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲାରେ ଉଷ୍ଣ-ଆର୍ଦ୍ର ସ୍ଥିତି ନେଇ ହଳଦିଆ ସତର୍କତା ଜାରି ହୋଇଛି। ସେପଟେ  କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇଛି। ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ଛାଳ ଓ ଟିଣ ଛପର ଉଡ଼ି ଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ତାଣ୍ଡବ ରଚିଛି। ଗଜପତିର ଅଡ଼ବାଠାରେ କାଳବୈଶାଖୀ ପ୍ରଭାବରେ ମାଟି କାନ୍ଥ ଭୁଶୁଡ଼ି ଜଣେ ଶିଶୁ ଆହତ ହୋଇଛନ୍ତି। ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ଅଡ଼ବା-ବିରିକୋଟକୁ ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ ଜିଲାର ଦିଗପହଣ୍ଡିରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ାର ଆଳି ଓ ଭଦ୍ରକର ବାସୁଦେବପୁରରେ ଧୂଳି ଝଡ଼ ହୋଇଛି। ରାୟଗଡ଼ାର କଲ୍ୟାଣସିଂହପୁରରେ ପବନରେ ଅନେକ ଲୋକଙ୍କ ଆଜବେଷ୍ଟସ୍ ଉଡ଼ି ଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories